ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହ ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅର୍ଦ୍ଧ ଖଣ୍ଡିଆ କାମ ହୋଇ ପଡି ରହିଛି ସରିବ କେବେ 

ସହ ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅର୍ଦ୍ଧ ଖଣ୍ଡିଆ କାମ ହୋଇ ପଡି ରହିଛି ସରିବ କେବେ 

ବନ୍ଧୁଗାଁ ତା, ୮/୧୧/୨୨, ବନ୍ଧୁଗାଁ ବ୍ଲକର ଅସ୍ୱାଲ ଭଵନ ଠାରେ ଆଜି ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ ଙ୍କ ଅଧ୍ୟକ୍ଷତାରେ ବ୍ଲକର ଏ ଇ ଶ୍ରୀ ସୌରବ ନାୟକ, ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ଜିପିଈଓ ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଓ ସମସ୍ତ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଙ୍କ ସହ ବ୍ଲକର ତିନି ଦଳର ମୁଖିଆ ଙ୍କୁ ନେଇ ପଞ୍ଚୟତ ମାନଙ୍କରେ ଅର୍ଦ୍ଧ ଖଣ୍ଡିଆ ଭାବରେ ପଡି ରହିଥିବା ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଗୁଡିକ ୨୦୨୩-୨୪ ରେ ବହୁତ ଆବାସ ଗୃହ ଅଧୁରା ରହିଥିବା ବେଳେ ୨୦୨୪-୨୫ ପାଇଁ ଦିଆଯାଇଥିବା ଗୃହ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଗୃହ ନିର୍ମାଣ ନ ହୋଇ ଅଧା ଅଧୁରା ଅଧ ପନ୍ତରିଆ ହୋଇ ପଡି ରହିଥିବା ହେତୁ ମୁଁ ଜିଲ୍ଲାପାଳ ଙ୍କୁ ଆମ ବ୍ଲକରେ ଯେତେ ବେନି ଫିସିଆରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଦିଆଯାଇଥିଲା ତାର ସମ୍ପୂର୍ଣ୍ଣ ହୋଇ ନ ଥିବା ତଥ୍ୟ ଦେଇ ପାରୁନଥିବା ଯୋଗୁଁ ମୋତେ ଜିଲ୍ଲାପାଳ ଜିଲ୍ଲା ବୈଠରେ କହୁଛନ୍ତି କି ଜଲଦି କାମସାରି ପାରୁ ନାହାନ୍ତି କାହିଁକି ବଲି, ମୁଁ ଉକ୍ତ ବିଷୟକୁ ନେଇ ଜଲଦି ସାରିବା ପାଇଁ ଚେଷ୍ଟା କରୁଛି ବଲି ଜିଲ୍ଲାପାଳ ମହୋଦୟ ଙ୍କୁ କହିଛି ବଲି ବିଡ଼ିଓ ଶ୍ରୀ ଯୋଗଦେବ ଆଜିର ବୈଠକରେ ଉପସ୍ଥିତ ରହିଥିବା ଭଦ୍ର ବ୍ୟକ୍ତିଙ୍କୁ ଜଣେଇଥିଲେ I ଏଥିସହ ପଞ୍ଚାୟତ ର ସମସ୍ତ ପିଇଓ ଙ୍କୁ କହିଲେ କି ଯେତେ ବେନି ଫିସିଆରୀ ମାନଙ୍କ ଖାତାକୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ଲେଖାଏଁ ଯାଇଛି ଯେଉଁ ବେନିଫିସିଆରୀ ମାନେ ଘର କାମ ଆଦ୍ୟ ଆରମ୍ଭ ନ କରିଥିବା ବେନିଫିସିଆରୀଙ୍କୁ ନିଜ ନିଜ ପଞ୍ଚାୟତ ରେ ହୋଉଥିବା ପଞ୍ଚାୟତ ଅଭିଯୋଗ ଶୁଣାନୀରେ ଉପସ୍ଥିତ ହବାପାଇଁ ଜଣେଇବେ ଓ ସେମାଙ୍କୁ ଗୃହ କାର୍ଯ୍ୟ ଆରମ୍ଭ କାହିଁକି ହୋଇ ପାରୁନି ଓ କଣ ଅସୁବିଧା ହୋଉଛି ତାଙ୍କ ନାଁରେ ରେଡ ଟାଗ ଲଗେଇବା ପାଇଁ କହିବ ବଲି ବିଡ଼ିଓ ସମସ୍ତ ପିଇଓ ଙ୍କୁ କହିଥିଲେ I ଉକ୍ତ ବୈଠରେ ସବୁ ପିଇଓ ଓ ପି ଅର ମେମ୍ବର ଓ ସମିତି ସଭ୍ୟ ଓ ସଭ୍ୟା ଏବଂ ରାଜନୀତି ଦଳର କର୍ମକର୍ତା ମାନେ ମଧ୍ୟ ଏଥିରେ କିଛି ସହଯୋଗ କରିବା ପାଇଁ ମଧ୍ୟ କହିଥିଲେ I ଯେଉଁ ପଞ୍ଚାୟତ ରେ ଯେତେ ଅଧୁରା ଗୃହ ତିଆରି ନ ହୋଇ ପଡିଛି ସେମାନଙ୍କୁ ପ୍ରଥମେ ଡାକିକି ବୁଝାଯିବ ଓ କିଛିଦିନ ସମୟ ଦିଆଯିବ ଆରମ୍ଭ କରିବା ପାଇଁ ଯଦିତ ସମୟ ଅନୁଯାଇ ଘରକାମ ଆରମ୍ଭ କରିନପାରିଲେ ରେଡ ଟାଗ କରିଦିଆ ଯିବା ପାଇଁ ନିଶ୍ୱତି ନିଆଯିବ ବଲି କହିଥିଲେ ବ୍ଲକ ଅଧିକାରୀ ବିଡ଼ିଓ I 

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

masiha

12ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତିଙ୍କ ନିବେଦନ

Sunil Chandra Nayak

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!