ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

ରୁପ୍ରା, ୯/୧୧ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଠାରୁ ଭାୟା ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ସାଲିଙ୍ଗ୍ ନିକଟରେ ଆଜି ରାତି ସାଢେ ୭ଟା ସମୟରେ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର ଥିବା ଜଣାପଡିଛି। ସାଲିଙ୍ଗ୍ ଗ୍ରାମର ଈଶ୍ୱର ସୁନାଙ୍କ ଏକମାତ୍ର ପୁଅ ରାକେଶ ସୁନା କୌଣସି କାମରେ ଏକ ବାଇକ୍ ଯୋଗେ ରୁପ୍ରା ଆସି ଫେରୁଥିବା ସମୟରେ ରାସ୍ତାର ମେଟାଲ୍ ରେ ବାଇକ୍ ସ୍ଲିପ୍ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ଗ୍ରସ୍ତ ହେବାରୁ ରାକେଶଙ୍କ ମୁହଁରେ ଗୁରୁତର ଆଘାତ ଯୋଗୁଁ ପ୍ରବଳ ରକ୍ତସ୍ରାବ ଫଳରେ ସେ ଗୁରୁତର ହୋଇଛନ୍ତି। ଏବାବଦରେ ସାମ୍ବାଦିକ ଅଜୟ ସେନାପତି ଖବର ପାଇ ଆମ୍ୱୁଲେନ୍ସ୍ କୁ ଫୋନ୍ କରିବାରୁ ରାତି ୯ଟାରେ ଆମ୍ୱୁଲେନ୍ସ୍ ନର୍ଲାରୁ ଆସି ପହଞ୍ଚିଥିଲା। ଗୁରୁତର ରାକେଶଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସୂଚନାଯୋଗ୍ୟ ରାକେଶଙ୍କ ବାପା ଓ ମାଆ ଦାଦନ ଖଟିବାକୁ ରାଜକୋଟ୍ ଯାଇଥିବା ବେଳେ ରାକେଶ ତାଙ୍କ ପଡୋଶୀ ଘରେ ରହୁଥିବା ଜଣାପଡିଛି। 

ତେବେ ଉକ୍ତ ଭଲ ପିଚୁ ରାସ୍ତାକୁ ପ୍ରଶସ୍ତିକରଣ ନାମରେ ସମ୍ପୃକ୍ତ ଠିକାଦାର ରୁପ୍ରା ଠାରୁ ଗିଗିନା ଛକ ପର୍ଯ୍ୟନ୍ତ ଖୋଲି ଦେଇ ଦୀର୍ଘ ୬ମାସ ହେଲା ଚୁପ୍ ବସିଛନ୍ତି, ରାସ୍ତାରେ ଡଷ୍ଟ୍ ମିଶ୍ରିତ ମେଟାଲ୍ ପକାଇ ଦେଇଥିବାରୁ ଗମନାଗମନ ସମୟରେ ନିର୍ମାଣାଧୀନ ରାସ୍ତାର ଧୁଳି ଗୁଣ୍ଡ ଉଡି ଆଖିରେ ପଡିବା ସହିତ ସାଲିଙ୍ଗ୍ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ସେହିପରି ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ମାନ ଘଟୁଥିଲେହେଁ ଠିକାଦାର ଚୁପ୍ ରହିବା ସହିତ ପାଣି ମଧ୍ୟ ସିଞ୍ଚନ କରୁନାହାନ୍ତି। ଉକ୍ତ ରାସ୍ତାରେ ପାଠ ପଢିବା ନିମନ୍ତେ ପ୍ରତିଦିନ ପ୍ରାୟ ଦୁଇଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସ୍କୁଲ୍ ଓ କଲେଜକୁ ଯିବା ଆସିବା କରିଥାନ୍ତି। ଏଣୁ ଉକ୍ତ ରାସ୍ତାରେ ଶିଘ୍ର ପିଚୁ କାମ କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related posts

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” ମହାସମାରୋହରେ ପାଳିତ

masiha

କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

Sunil Chandra Nayak

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

masiha

Leave a Comment

error: Content is protected !!