ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମନ୍ଦିର ସୁରକ୍ଷା ପ୍ରତ୍ୟେକ ଓଡିଆଙ୍କ ଦାବୀ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଏବଂ ଦାବୀ ପତ୍ର ପ୍ରଦାନ 

ନୁଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଘେରାଉ କରିଥିବା ବେଳେ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଓଡ଼ିଆ ଙ୍କ ସ୍ବାଭିମାନ ଏବଂ ପରିଚୟ ଅଟନ୍ତି ଜଗନ୍ନାଥ ମହାପ୍ରଭୁ। ତେଣୁ ଶ୍ରୀମନ୍ଦିର ସୁରକ୍ଷା ରାଜ୍ୟ ସରକାରଙ୍କ ବୈମାତୃକ କାର୍ଯ୍ୟ ନିନ୍ଦା କରି ତୁରନ୍ତ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି। ଏକ ହଜାର ବର୍ଷ ପ୍ରାଚୀନ ମନ୍ଦିର କୁ ସରକାରଙ୍କ ସୌନ୍ଦର୍ଯ୍ୟକରଣ ଦ୍ବାରା ବିପଦ ରହିଅଛି। ସରକାର ଦ୍ବାରା ଆରମ୍ଭ ହୋଇଥିବା ମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ବାରା ମନ୍ଦିର ପରିସର ମଧ୍ୟରେ ବିରାଟ ଗତ୍ତ ଖନନ କରାଯାଇଅଛି। ମେଘନାଥ ପାଚେରୀ ଠାରେ ମଧ୍ୟ ଗତ୍ତ ଖନନ ଦ୍ବାରା ମନ୍ଦିର ସୁରକ୍ଷାରେ ବିପଦ ରହିଅଛି। ତେଣୁ ଏହାର ସୁରକ୍ଷା ନେଇ ଜରୁରୀ ପଦକ୍ଷେପ ପାଇଁ ଦାବୀ କରିଛନ୍ତି।ଶ୍ରୀମନ୍ଦିର ଚତୁର୍ଥଧାମ ମଧ୍ୟରୁ ଅନ୍ୟତମ ଅଟେ । ତେଣୁ ସମଗ୍ର ଓଡିଶା ଏବଂ ଭାରତର ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ପ୍ରତି ସରକାରଙ୍କ ବେପରୱା କାର୍ଯ୍ୟ ଅଟେ ବୋଲି ଦାବି କରିଛନ୍ତି। ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ଯଦୁମଣି ପାଣିଗ୍ରାହୀ, ରାତ୍ରନନ୍ଦ ମନହୀରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁଇ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ବାମନଘାଟୀ ସାନ୍ତାଳୀ ଏବଂ କୋହ୍ଲ ସମାଜ ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ 

Sunil Chandra Nayak

ଚିଲଗୁଡ଼ାରେ କଳସ ଶୋଭା ଯାତ୍ରା

Sunil Chandra Nayak

ମା ହରଗୌରୀ ଦେବୀଙ୍କ ସୁଳି ଯାତ୍ରା ଓ ଦଶହରା ଯାତ୍ରା ପାଳିତ

Sunil Chandra Nayak

Leave a Comment

error: Content is protected !!