ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

ବନ୍ଧୁଗାଁ ତା, ୯/୧୧/୨୫, ବନ୍ଧୁଗାଁ ବ୍ଲକରେ ୧୫ ବର୍ଷ  ପୂର୍ବରୁ କରି ଆସୁଥିବା ଚାଷ ଯାହାକି କଳତ, ମାଣ୍ଡିଆ, ବିରି, ଶୁଆଁ, କରା, ଉଡୁଦା, ଘାଟିଆ, , ଓ କନ୍ଦେମୂଳ ଏବଂ ଘରୋଇ ବ୍ୟବହାର ପନିପରିବା ଓ ଅନ୍ୟାନ୍ୟ ଚାଷ ବିନା ସାର ଦେଇ ଚାଷ କରି ଖାଉଥିଲେ I ବର୍ତ୍ତମାନ ବର୍ଷକୁ ବର୍ଷ ବିତୁଅଛି ଓ ପାଣିପାଗ ସହ ଚାଷୀଙ୍କ ମନରେ ଅନେକ ପ୍ରକାର କିସମର ଚାଷ କରି ସ୍ୱାଭଲମ୍ଭି ହବା ପାଇଁ ମନକୁ ବଦଳେଇ ନୂଆ ନୂଆ ଚାଷ କରିବାରେ ମାହିର ହୋଇ ପାରୁଥିବା ଦେଖିବାକୁ ମିଳିଛି I ୩୦ ବର୍ଷ ପୂର୍ବେ ଆନ୍ଦ୍ରରୁ ଆସିଥିବା ଜଣେ ଜାନିକି ରେଡି ନାମକ ବ୍ୟକ୍ତି କପା ଚାଷ କରିବା ବନ୍ଧୁଗାଁ ଅଞ୍ଚଳରେ ପ୍ରଥମ କରି ଚାଷ କରି ବନ୍ଧୁଗାଁ ବ୍ଲକ ଅଞ୍ଚଳବାସୀଙ୍କୁ କପା ଚାଷ କରିବାରେ ଶିଖେଇବା ଚାଷ ମଧ୍ୟ କରି ମାଲାମାଲ ହୋଉଥିଲେ I ଏହି କପାଚାଷ ପ୍ରାୟ ୧୦ ବର୍ଷ ଅଞ୍ଚଳର ଚାଷୀ କରି ବହୁତ ଲାଭବାନ ହୋଇ ପାରୁଥିଲେ I ପାଇଁ ଲେମନ ଘାସ ୧୫ ବର୍ଷପୂର୍ବେ ଆମ ବନ୍ଧୁଗାଁ ବ୍ଲକରେ ଘାସ ଚାଷ କରିବାର ଆରମ୍ଭ କରିଥିଲେ I ଆଜକୁ ୨୦ ବର୍ଷ ହବ ଅଞ୍ଚଳବାସୀ ଲେମନ ଘାସ ଚାଷ କରି ଚାଷୀ ମାଲା ମାଲ ହୋଇ ପାରୁଥିଲେ i ବର୍ତମାନ ୨ ବର୍ଷ ହବ ଲେମନ ତେଲର ଚାହିଦା ବଜାରରେ ୨ ବର୍ଷ ପୂର୍ବ ଅପେକ୍ଷା ଲିଟର ତେଲ ପିଛା ୬ କମି ଥିବାରୁ ଚାଷୀମାନେ ଘାସ ଚାଷ କରିବା ପାଇଁ ମନ ବଳାଉ ନାହାନ୍ତି I ୨ ବର୍ଷ ପୂର୍ବେ ଚାଷୀମାନେ ଲିଟର ତେଲ ପିଛା ୧୭ ଟଙ୍କା ରେ ବିକ୍ରି କରି ମାଲା ମାଲ ହୋଉଥିଲେ I ବର୍ତ୍ତମାନ ତେଲର ଡର କମି ଯାଇଥିବା ହେତୁ ଘାସ ଚାଷ କରୁଥିବା ଚାଷୀମାନେ ମୁହଁ ଫେରାଇ ବର୍ତମାନ ହାଇବ୍ରିଡ଼ ମକା ଚାଷ କରିବା ପାଇଁ ଚାଷୀ ଆଗ୍ରହି ହୋଉଥିବାର ଦେଖିବାକୁ ମିଳିଛି I ବନ୍ଧୁଗାଁ ବ୍ଲକରେ ଅତି କମରେ ୪ ହଜାର ଏକରରୁ ଅଧିକ ଚାଷ ଜମିରେ ଚାଷ କରି ଚାଷୀମାନେ ସ୍ୱାବଲମ୍ଭି ହୋଇ ପାରୁଛନ୍ତି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଓଡିଶା ବ୍ରାହ୍ମଣ ମହାସଭା ଵାମନଘାଟୀ ଶାଖା ତରଫରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ଯରେ ଜଗନ୍ନାଥ ମନ୍ଦିରରେ ଦୀପଦାନ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଲେଡି ଲାୟନ ତରଫରୁ ରକ୍ତଦାନ ଶିବିର ଓ କଳାଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!