ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

ବିଭିନ୍ନ ବିଭାଗୀୟ ଯୋଜନା ଉପରେ ଅଧିକାରୀ ଙ୍କୁ ନେଇ ସମୀକ୍ଷା ବୈଠକ 

ନବରଙ୍ଗପୁର:( ତା ୧୭.୪.୨୦୨୫)ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ରେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ନବରଙ୍ଗପୁର ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେ ପ୍ରଣୟନ ହେଉଥିବା ବିଭିନ୍ନ ସ୍କିମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ୱଜିତ୍ ବର୍ମନ୍,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର , ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯଦୁମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଵାଗତ କରି ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ର ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ।ବୈଠକରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନ୍ତ୍ୟୋଦୟ ଗୃହ ଯୋଜନା, ଗ୍ରାମ୍ୟ ପରିମଳ, ପାନୀୟ ଜଳ ଯୋଗାଣ, ସେତୁ ବନ୍ଧନ ଯୋଜନା, ଶିକ୍ଷା, ସୁଭଦ୍ରା ଯୋଜନା,ପୋଷଣ ଅଭିଯାନ ,ଆଦିବାସୀ ହଷ୍ଟେଲ,ସ୍ୱମ୍ମନିତ ଆଦିବାସୀ ଉନ୍ନୟନ,ଅମୃତ ଯୋଜନା, ଗ୍ରାମ୍ୟବିଦ୍ୟୁତକରଣ, ପରିବହନ,ଅଭିଯୋଗ ଶୁଣାଣୀ ଉପରେ ବିଶେଷ ସମିକ୍ଷା କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ ଉପାଧ୍ୟାୟ ନବରଙ୍ଗପୁର ଜିଲ୍ଲା ଏକ ଆକାଂକ୍ଷି ଜିଲ୍ଲା ଏବଂ ସମସ୍ତ ପ୍ରଣୀତ ଯୋଜନାର ଯେଭଳି ଲକ୍ଷଧାର୍ଯ୍ୟ ପୁରଣ ହେବ ଏବଂ ହିତାଧିକାରୀ ଏହାର ସୁଫଳ ନିଶ୍ଚୟ ପାଇବେ ତା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ଜିଲ୍ଲାରେ ୪,୪୯,୨୭୨ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଗ୍ରହଣ କରାଯାଇଛି । ଜିଲ୍ଲାରେ ସମୁଦାୟ ଅନୁମୋଦିତ ୩୯୫ ଜଣ ଡାକ୍ତର ଙ୍କ ମଧ୍ୟରୁ ୨୧୭ ଜଣ କାର୍ଯ୍ୟରତ ଏବଂ ୧୭୮ ପଦବୀ ଖାଲି ପଡ଼ିଛି।ନର୍ସିଂ ଅଫିସର ୬୪୬ ରୁ ୩୦୪ କାର୍ଯ୍ୟରତ ଏବଂ ୩୪୨ ପଦବୀ ଖାଲି ପଡ଼ିଛି।ଫାର୍ମାସିଷ୍ଟ ୧୧୭ ରୁ ୭୯ କାର୍ଯ୍ୟରତ ଏବଂ ୩୮ ଟି ଖାଲି ପଡ଼ିଛି। ଅନ୍ତ୍ୟୋ ଦୟ ଗୃହ ଯୋଜନା ରେ ୩୮୫୯ ଜଣ ହିତାଧିକାରୀ ଙ୍କ ମଧ୍ୟରୁ ୨୦୬୨ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।ଜିଲ୍ଲାରେ ୧୧୦୧ ଟି ପ୍ରାଥମିକ ବିଦ୍ୟାଳୟ,୫୭୯ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୨୫ ଟି ମାଧ୍ୟମିକ ବିଦ୍ୟାଳୟ,୬୦ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଛି।ସୁଭଦ୍ରା ଯୋଜନାରେ ୩୧୮୯୭୭ ଆବେଦନ ରୁ ୨୯୧୬୬୬ ଜଣଙ୍କ ଅନୁମୋଦିତ ହୋଇ ୨୮୯୮୨୬ ଜଣଙ୍କ ଜମା ଖାତାକୁ ପ୍ରାପ୍ୟ ଅର୍ଥ ଆବଣ୍ଟନ ହୋଇଛି। ୨୦୨୦ ମସିହାରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଜିଲ୍ଲାରେ ୧୪୨୫ ଟି ବାଲ୍ୟ ବିବାହ ବନ୍ଦ କରାଯାଇଛି। ଏସ ଏସ ଡି ବିଭାଗ ର ୮ ଟିଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୨୩ ଟି ଉଚ୍ଚ ବିଦ୍ୟାଳୟ, ୧୩ ଟି ବାଳିକା ଉଚ୍ଚ ବିଦ୍ୟାଳୟ,୪୭ ଟି ଆଶ୍ରମ ବିଦ୍ୟାଳୟ ,୩ ଟି ସେବାଶ୍ରମ,୧ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଅଛି। ବୈଠକ ଶେଷ ରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମ୍ୟୁଜିକ ସେଲିବ୍ରସନ ତରଫରୁ ହାଲୁଆ ବଣ୍ଟନ 

masiha

GM ECoR Reviews Facilities, Safety and Development at Visakhapatnam Station

Sunil Chandra Nayak

ମହିୟସୀ ମହିଳା ନନ୍ଦିନୀ ଶତପଥୀଙ୍କର ୧୭ତମ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!