ଜନଜାତୀୟ ଗୌରବ ଦିବସ- ୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର:( ତା ୧୦.୧୧.୨୦୨୫ )(ମ.ନି. ସ)ଆଜି ସନ୍ଧ୍ଯା ୫.୩୦ ମି ସମୟରେ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ଜନଜାତିୟ ଗୌରବ ଦିବସ ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ମୁଖ୍ଯ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ପ୍ରକଳ୍ପ ପ୍ରଶାସକ, ସ୍ୱମନିତ ଜନଜାତି ଉନ୍ନୟନ ସଂସ୍ଥା ରାଜୀବ କୁମାର ସାହୁ, ଜିଲ୍ଲା ମଂଗଳ ଅଧିକାରୀ ପାଲାକା ରବୀନ୍ଦ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପ୍ରମଖ ଉପସ୍ଥିତ ଥିଲେ। ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମତିଥି ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜନଜାତୀୟ ଗୌରବ ବର୍ଷ ପଖୱାଡା ୨୦୨୫ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତା ୧୫.୧୧.୨୦୨୫ ରିଖ ଦିନ ଡ଼ାବୁ ଗାଁ ବ୍ଲକ ଅନ୍ତର୍ଗତ କୁରୁପା ସ୍ଥିତ ନୂତନ ନିର୍ମିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଗୁଜରାଟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମରେ ଆଇ ଟି ଡି ଏ,କୃଷି,ସମାଜ ମଙ୍ଗଳ, ଓରମାସ, ସ୍ଵାସ୍ଥ୍ୟ,କର୍ମ ନିୟୋଜନ ଓ ଦକ୍ଷତା ବିକାଶ ବିଭାଗ ତରଫରୁ ବିଭାଗୀୟ ଷ୍ଟଲ ସହ ଖାଦ୍ୟ ଷ୍ଟଲ ସ୍ଥାପନ କରାଯିବ।କାର୍ଯ୍ୟକ୍ରମରେ ସଫଳ ଜନଜାତି ବ୍ୟକ୍ତି ଙ୍କୁ ସମ୍ମାନିତ, ଜନଜାତି ହିତାଧିକାରୀଙ୍କୁ ସହାୟତା,ସଚେତନତା କାର୍ଯ୍ୟକ୍ରମ, ଛାତ୍ର ଛାତ୍ରୀ ମଧ୍ୟରେ ପ୍ରତିଯୋଗିତା,ପ୍ରଦର୍ଶନୀ,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ରେ ନେଟ ସୁବିଧା,ପାନୀୟ ଜଳ , ବିଦ୍ୟୁତ,ଶୌଚାଳୟ,ଖାଦ୍ୟ ବ୍ୟବସ୍ଥା, ପ୍ରଚାର ଓ ପ୍ରସାର ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଓର ମାସ ଅଧିକାରୀ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦ୍ରୌପଦୀ କଁହର ,ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ପ୍ରକଳ୍ପ ପରିଚାଳକ, ପିରାମଲ ଫାଉଣ୍ଡେସନ, ବିକ୍ରମ କିଶୋର ରଣାଙ୍କ ସହ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍

