ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

ଗୋଲାମୁଣ୍ଡା /ମସିହା/ତା୭/୫  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତ ପଣ୍ଡକୁଳ ଗ୍ରାମରେ ଥିବା ବସୁଧା ଯୋଜନା କାମରେ ଆସୁ ନ ଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଯେ ପଣ୍ଡକୁଳ ଗ୍ରାମର ତେଲନଦୀ ତଟରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା କୂପର ପାଣି ସୁଖିଯିବା ଫଳରେ ଆଜକୁ ସାତ ଦିନ ହେବ ପାଣି ଯୋଗାଣ ଠପ ହୋଇଯାଇଛି । ଗାଁରେ ପାଞ୍ଚଟି ନଳକୂପ ଥିଲେ ବି ପାଣି ଲୁହା ବାସ୍ନା ହେତୁ ବ୍ୟବହାର କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଇବା ପାଣି ସଙ୍କଟ ଦେଖାଯିବାରୁ ପଣ୍ଡକୁଳବାସୀ ତେଲନଦୀର ବାଲି ଚୁଆଁ ଉପରେ ଭରସା କରୁଛନ୍ତି । ଗାଁରୁ ତେଲନଦୀ ପାଞ୍ଚଶହ ମିଟର ଦୁରତାରେ ଅବସ୍ଥିତ । ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ଖରାରେ ନଦୀରୁ ମହିଳାମାନେ ମୁଣ୍ଡର ଝାଲ ଟୁଣ୍ଡରେ ମାରି ପାଣି ମାଠିଆ ବୋହିଆଣି ରୋଷେଇ ଓ ପିଇବା ପାଇଁ ବ୍ୟବହୃତ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ କିଛି ଦିନ ତଳେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା । ନିଜେ ବ୍ଲକ ଅଧ୍ୟକ୍ଷ ମହୋଦୟ ପାଣି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ହେଲେ ଆଜି ମଧ୍ୟ ଅଧ୍ୟକ୍ଷ ଙ୍କ ଅବଗତେ ଜଣାଇବା ସହିତ ଚିଚିଆ ସରପଞ୍ଚ ମଦନ ପୁଟେଲଙ୍କୁ ଗ୍ରାମ ବାସୀ ଲିଖିତ ଭାବେ ଜଣାଇ ଦିଆଯାଇଛି, ଯଦିଓ ଯଥା ସମୟରେ ପାନୀୟ ଜଳ ଯୋଗାଣ ନହୁଏ ତେବେ ଆଗାମୀ ଦିନରେ ପଞ୍ଚାୟୟତରେ ଆନ୍ଦୋଳନହେବ ବୋଲି ମହିଳା ମାନେ ସୁଚେଇ  ଦେଇଛନ୍ତି । ମହିଳା ଙ୍କ ଏହି ପ୍ରତିକ୍ରିୟା ଦେବା  ସମୟରେ ଗ୍ରାମର ୱାର୍ଡ ମେବର ପ୍ରଦୁନ୍ୟମେହେର, ସଦାନଦ ସେନାପତି, ହେତେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେଣୁ ବ୍ଲକ ପ୍ରଶାସନ ତଦନ୍ତ କରି ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ,ମସିହା ପ୍ରତିନିଧି,

Related posts

ଖଇରା ପଞ୍ଚାୟତ ସମିତି ତରଫରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳିତ ଏବଂ ଅହିଂସା ରଥକୁ ସମ୍ବର୍ଦ୍ଧନା

Sunil Chandra Nayak

ଟ୍ରକ୍ ଚାପା ରେ  ଦାଦନ ଶ୍ରମିକଙ୍କ ମୃତ୍ୟୁ , ଗାଁ କୁ ଫେରିଲା ଶବ , କରାଗଲା ଅନ୍ତିମ ସଂସ୍କାର

Sunil Chandra Nayak

ତରକାସୁର ବଧ

Sunil Chandra Nayak

Leave a Comment

error: Content is protected !!