ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ସୂରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ 

ଶିଶୁ ସୂରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ 

ରାୟଗଡ଼ ତା ୧୨-୧୧-୨୦୨୫ —    ରାୟଗଡ଼ ପଞ୍ଚାୟତ ସମିତି ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ ହୋଇଯାଇଅଛି। ବୁଧବାର ଦିନ ବାଲ୍ଯ ବିବାହ ଏବଂ ମଙ୍ଗଳବାର ଦିନ ଶିଶୁ ସୁଲଭ ପଞ୍ଚାୟତ ପ୍ରସ୍ତୁତି ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ମହିଳା ଓ ଶିଶୁ ବିକାଶ ବିଭାଗର ସଦର ସୁପରଭାଇଜର ନଳିନୀ ବେରାଗୀ, ଜିପିଡିଓ ତଥା ନୋଡାଲ ଅଧିକାରୀ ସ୍ମୃତିରେଖା ନାୟକ, ବୈଷୟିକ ସଞ୍ଜୋଜକ ଯୋଗେନ୍ଦ୍ର ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ବିପିଏମ ଯସ୍ମିନ ମୁଟିକା ପ୍ରମୁଖ ଉପସ୍ଥିତ ରହି କର୍ମଶାଳାରେ ସଚେତନ କରିଥିଲେ। 

     ଶିଶୁଙ୍କୁ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ସହ ସୁସ୍ଥ ରହିବା ପା ଇଁ ନିର୍ଦ୍ଧାରିତ ବୟସର ପରେ ବିବାହ ସୁନିଶ୍ଚିତ କରିବା ଏହାର ମୁଖ୍ଯ ଉଦ୍ଦେଶ୍ଯ। ଶିଶୁ ଅଧିକାର ଆଇନ ଏବଂ ବାଲ୍ଯ ବିବାହ ନିରୋଧ ଆଇନ ବିଷୟରେ ଅବଗତ କରିବା ସହ ବାଲ୍ଯ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ପ୍ରସ୍ତୁତି ନିମନ୍ତେ କାର୍ଯ୍ଯପନ୍ଥା ବିଷୟରେ ଆଲୋଚନା ହୋଇଥିଲା ।ମହିଳା ସୁରକ୍ଷା 181, ଶିଶୁ 1098 ଟୋଲ ଫ୍ରି ନମ୍ବର ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଭୂମିକା ଆଲୋଚନାର ବିଷୟଭୁକ୍ତ ଥିଲା । ଗ୍ରାମାଞ୍ଚଳରେ ସଚେତନତାର ଅଭାବରୁ ବାଲ୍ଯ ବିବାହ ବୃଦ୍ଧି ପାଉଥିବାରୁ ଜିଲ୍ଲା କୁ ବାଲ୍ଯ ବିବାହ ମୁକ୍ତ ଘୋଷଣା କରିବା ନିମନ୍ତେ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ପ୍ରତି ଗ୍ରାମ ଓ ଗ୍ରାମ ପଞ୍ଚାୟତ ସ୍ତରରେ କମିଟି ମାନ ଗଠନ କରି ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ହେବ । ରାଲି ମାନ ଆୟୋଜନ କରି ବ୍ୟାପକ ସଚେତନ କରିବାକୁ ହେବ । କିଶୋରୀ ବାଳିକାଙ୍କ ଶୋଷଣ, ଘରୋଇ ହିଂସା ଆଦି ରୋକିବା ନିମନ୍ତେ ଜୁଭେନାଇଲ ଆଇନ, ୱାନ ଷ୍ଟପ ସେଣ୍ଟର ର ବ୍ୟବହାର, ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ଆଲୋଚନା ହୋଇଥିଲା । ଶିଶୁର ବଞ୍ଚିବା, ଶିକ୍ଷା, ସୁରକ୍ଷା, ସହଭାଗିତା,ଅଂଶଗ୍ରହଣ ଆଦିର ଅଧିକାର ସୁନିଶ୍ଚିତ କରିବା ସହ ମହିଳା ଓ ଶିଶୁ ବିକାଶ ଯୋଜନା ମାଁ ଓ ଶିଶୁଙ୍କ ମୃତ୍ଯୁ ହାର କମାଇବା, ଉତ୍ତମ ସ୍ବାସ୍ଥ୍ୟସେବା, ଶିଶୁକନ୍ୟା ଓ ଭୃଣହତ୍ୟା ବନ୍ଦ, ଲିଙ୍ଗଗତ ଭେଦଭାବ, ଯୌତୁକ ପ୍ରଥା, ବାଲ୍ଯ ବିବାହ, ଘରୋଇ ହିଂସା, ପୁଷ୍ଟିହୀନତା ଦୂରକରି ଟୀକାକରଣ, ଶିକ୍ଷା ଆଦି ବିଷୟମାନ ଆଲୋଚନା ପରିସରଭୁକ୍ତ ଥିଲା । ଏଥିରେ ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସିଆରସିସି, ସିଆରପି, ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Adult literacy school opening at Kantajhar

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

masiha

Leave a Comment

error: Content is protected !!