ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରଣ୍ଡୀ ଗ୍ରାମରେ ନିଆଁ ଲାଗି ୩ ଟି ଧାନ ଗଦା ପୋଡି 

କେରଣ୍ଡୀ ଗ୍ରାମରେ ନିଆଁ ଲାଗି ୩ ଟି ଧାନ ଗଦା ପୋଡି 

ଡାବୁଗାଁ, ୧୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ କେରଣ୍ଡୀ ଗ୍ରାମରେ ବୁଧବାର ଅପରାହ୍ନ ୧ ଘ. ସମୟରେ କୌଣସି କାରଣରୁ ୩ ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା ଧାନ ଗଦା ପୋଡି ଯାଇଛି । କେରଣ୍ଡି ଗ୍ରାମର ସନସାଏ ବିନ୍ଧାଣି ଏବଂ ମାନସିଂ ବିନ୍ଧାଣି ଙ୍କ ଖଳାରେ ଥିବା ୩ ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ |ଖବରପାଇ ଦମକଳ ଗାଡି ପହଞ୍ଚି ପରେ ନିଆଁକୁ ଆୟତ୍ତ କରିଥିଲେ | ଏହି ଦୁଇ ଚାଷୀଙ୍କ ସମସ୍ତ ଫସଲ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ନଷ୍ଟ ହୋଇ ଯାଇଛି । ଏଥିରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର ଭରପ୍ରାପ୍ତ ଅଗ୍ନିସମ ଅଧିକାରୀ ହିମାଂଶୁ ଶେଖର ନାୟକ, ଏଲଏଫଏଫ ଲକ୍ଷ୍ମୀଧର ଜାନୀ, ଏଫଏଫଡି ପ୍ରସନ୍ନ ବିଶ୍ଵାଳ ଓ ୪ ଜଣ ଅଗ୍ନିଯୋଦ୍ଧା ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

masiha

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟମାନଙ୍କ ସଫଳତା 

Leave a Comment

error: Content is protected !!