ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

ନବରଙ୍ଗପୁର:(୧୧|୧୧)(ମ.ନି. ସ) ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲେଜ ଷ୍ଟାଡିୟମ୍ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ମାଛ ଚାଷ ଓ ଗୋପାଳ , ପଶୁପକ୍ଷୀ ଙ୍କ ପାଳନ ଉପରେ ଆଲୋଚନା କରିଥିଲେ ହେଲେ ଶୁଣିବା ପାଇଁ ଚାଷୀ କମ୍ ଥିବା ବେଳେ ସରକାରୀ ଅଧିକାରୀ ଅଧିକ ମାତ୍ରାରେ ଯୋଗ ଦେଇଥିଲେ । ପରିଚାଳନା କରୁଥିବା ଅଧିକାରୀ ଙ୍କ କହିବା ଅନୁସାରେ ଚାଷୀ କିପରି ମତ୍ସ୍ୟ ଚାଷ ଓ ପ୍ରାଣୀସମ୍ପଦ , ପଶୁ ପାଳନ ଉପରେ ବୁଝି ପାରିବେ, ସେନେଇ ସରକାର ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ଅଧିକାରୀ ଚାଷୀ ଙ୍କୁ ଅବଗତ ନ କରି ଏପରି କାର୍ଯ୍ୟକ୍ରମ କରୁଛନ୍ତି ଯାହା ଫଳରେ ମୁଖ୍ୟ ଚାଷୀ ଏହି ବିଷୟରେ ଜାଣିପାରନାହାନ୍ତି, କତିପୟ ସାମ୍ବାଦିକଙ୍କୁ କହି ଅନ୍ୟ ସାମ୍ବାଦିକ ମାନଙ୍କୁ ଖବର ନ ଦେବା ର କାରଣ ପଛରେ କଣ ରହିଛି ସମସ୍ତ ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l କିଛି ଚାଷୀ ଙ୍କୁ ଖବର ଦେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି। ଆଖ ପାଖରୁ କିଛି ଚାଷୀଙ୍କୁ ସକାଳ ୮ଘଣ୍ଟା ସମୟରୁ ଡକା ଯାଇଥିଲା, କିନ୍ତୁ କାର୍ଯ୍ୟକ୍ରମ ୧୨ଘଣ୍ଟା ସମୟରେ ଆରମ୍ଭ ହେଲା। ଖାଲି ସେତିକି ନୁହଁ କାଗଜପତ୍ରରେ ଦୁଇ ଶହରୁ ଉର୍ଦ୍ଧ ଚାଷୀ ଆସିଥିବା ଦର୍ଶା ଯାଇଛି l କିନ୍ତୁ ମିଳିଥିବା ସୂଚନା ପ୍ରକାରେ ପ୍ରାୟ ୧୫୦ ଜଣକ ପାଇଁ ରୋଷେଇ ହୋଇଥିବା ଜଣାପଡିଛି । ତାହାବି ଚାଷୀମାନଙ୍କୁ କିଭଳି ଖାଦ୍ୟ ଦିଆହେଲା ତାହା ନ କହିବା ଭଲ। ଏହି କାର୍ଯ୍ୟକ୍ରମ ପାଇଁ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଆସିଥିବା ବେଳେ ଅନ୍ତତଃ ଚାଷୀ ଭାଇ ମାନଙ୍କୁ ଭଲ ଖାଦ୍ୟ ଦେଇ ପାରିଥାନ୍ତେ। ଖାଇବା ତ ଦୂରର କଥା ପିଇବା ପାଣିର ମଧ୍ୟ ବ୍ୟବସ୍ଥା କରିନଥିଲେ ଦାଇତ୍ୱରେ ଥିବା ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ। ଡାବୁଗାଁ ଲୋକପ୍ରିୟ ବିଧାୟକଙ୍କ ଉପସ୍ଥିତି ଭଳି ଏପରି ସଭାରେ ସାମ୍ବାଦିକ ମାନଙ୍କୁ ଅବହେଳା କରାଯାଇ ଥିବା କେତେଦୂର ସମୀଚୀନ ତାହା ଜନସାଧାରଣରେ ଆଲୋଚ୍ୟ ର ବିଷୟ ପାଲଟିଯାଇଛି l ଉକ୍ତ କାର୍ଯ୍ୟକ୍ରମ କରାଉଥିବା ଅଧିକାରୀ ମାନେ କିପରି ସାମ୍ବାଦିକ ମାନଙ୍କୁ ଭୁଲିଗଲେ, କାଳେ ତାଙ୍କର ଅନିୟମିତତା ଉପରେ ଦୃଷ୍ଟି ପଡିବ, ସେଥିନେଇ ଖବର ଦେଇ ନ ଥିଲେ ଏହା ସୁସ୍ପଷ୍ଟ ବାରି ହୋଇଯାଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

masiha

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

masiha

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୮ ଟି ପ୍ରକଳ୍ପର ଭୂମି ପୂଜନ

Sunil Chandra Nayak

Leave a Comment

error: Content is protected !!