ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ଯ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ଯରେ ମାସିକ ସାହିତ୍ଯ ଆସର , କବି ସୁଶାନ୍ତ ନାୟକଙ୍କ ଆବାହକତ୍ବରେ ପାଠାଗାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଆଲୋଚ୍ଯ ବିଷୟ ଇଂରାଜୀ ମାଧ୍ଯମ ଶିକ୍ଷାଦାନ ଓଡିଆ ଭାଷା ବିକାଶରେ ପ୍ରତିବନ୍ଧ କି ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ଯବକ୍ତା ଶିକ୍ଷାବିତ ଶର୍ମିଷ୍ଠ କବି ଶତପଥି କହିଲେ ଇଂରାଜୀ ମାଧ୍ଯମ ଶିକ୍ଷାଦାନ ଓଡିଆ ଭାଷା ବିକାଶର ପ୍ରତିବନ୍ଧକ ସମ୍ପୁର୍ଣ୍ଣମାତ୍ରାରେ ନୁହଁ ,ଅଭିବାବକଙ୍କ ଇଂରାଜୀ ପ୍ରୀତି ଏଥିପାଇଁ ଦାୟୀ,ଇଂରାଜୀ ଭାଷା ସଂଯୋଗୀକରଣ ସେତୁଟିଏ ହେଲେ ଓଡିଆ ଭାଷା ଆମ ସାହିତ୍ଯ ଆମ ସଂସ୍କୃତି ସର୍ବୋପରି ଆମର ଆତ୍ମାଟିଏ | ସମ୍ମାନିତ ଅତିଥି ଯୁଗବାର୍ତ୍ତାର ସଂପାଦକ ଜ୍ଞାନ ରଂଜନ ମିଶ୍ର କହିଲେ ଯେ ଓଡିଆ ଭାଷା ପ୍ରୁଥିବୀର ଶ୍ରେଷ୍ଠ ଭାଷା ହୋଇ ପାରିବ ଯଦି ଆମେ ଇଂରାଜୀ ଭାଷାରୁ ମୋହ ତୁଟାଇ ପାରିବା | ମୁଖ୍ଯଅତିଥି ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀ କହିଲେ ଆମ ଓଡିଶାରେ ଯେତେ ଲେଖକ ଓଡିଶା ତଥା ଓଡିଶା ବାହାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ସେମାନେ ସମସ୍ତେ ଓଡିଆରେ ଶିକ୍ଷାଲାଭ କରିଥିଲେ | ପ୍ରାରମ୍ଭରେ ସଭାପତି ଅଭୟ କୁମାର ଦାସ ସଭାପତିତ୍ବ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଜୟ କୁମାର ବରାଳ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ | ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିଲେ | ଦ୍ବିତୀୟ ପର୍ଯାୟରେ ସୁନିଲ ମହାନ୍ତିଙ୍କ ସଭାପତି ଏବଂ କବୀ ଉର୍ବଶୀ ଦାଶପତି,କବୀ ସବିତା ପରିଡାଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ,ପ୍ରତାପ ପଣ୍ଡା,ଉପେନ୍ଦ୍ର ବସ୍ତିଆ,ବ୍ରହ୍ମାନନ୍ଦ ପାଢୀ,ନିକୁଞ୍ଜ ବିହାରୀ ଦାଶ,ଭୀମସେନ ସାହୁ,ବିକ୍ରମ ଆଚାର୍ଯ୍ଯ, ବଳରାମ ଦାସ ଆଦି ପନ୍ଦର ଜଣ କବି କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବ୍ରଜକିଶୋର ପାଣି,ସୂର୍ଯ୍ଯ ନାରାୟଣ ପଣ୍ଡା,ଦେବେନ୍ଦ୍ର ବଳ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ କଳାହାଣ୍ଡି ଉତ୍ସବ ଘୁମୁରା

Sunil Chandra Nayak

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!