ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ                      

ମୟୂରଭଂଜ-୧୨/୧୧ ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଭୁକ୍ତ ରଜନୀକାନ୍ତ ଡ଼ିଗ୍ରୀ କଲେଜ ପକ୍ଷରୁ ମଙ୍ଗଳବାର ଦିନ ନୂତନ ଶିକ୍ଷାବର୍ଷ ଆରମ୍ଭ ଉପଲକ୍ଷେ ନୂତନ ଭାବେ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରିନ୍ସପାଲ ମମତା ବାରିକ,ବିଶ୍ୱଜିତ ଗିରି,ଚନ୍ଦନ ଗିରି,ସ୍ୱାଭିମାନ ଖଟୁଆ,କୃଷ୍ଣରାଣୀ ଗିରି ଏବଂ ଅନ୍ୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ନୂତନ ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟ/ମହା ବିଦ୍ୟାଳୟରେ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇ ଶିଷ୍ଟାଚାର ଓ ସଂସ୍କାରର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ, ନୃତ୍ୟଗୀତ ଓ ଅଭିନୟ ପ୍ରଦର୍ଶନ ହୋଇଥିଲା।ବରିଷ୍ଠ ଛାତ୍ରଛାତ୍ରୀ ମାନେ ତଥାକଳା ବିଭାଗର ବିଜୁ ବେହେରା, ସୁରାଇ ଟୁଡୁ,ଦିପୁନ ବେହେରା,ରଞ୍ଜିତ ବେହେରା ଏବଂ ବିଜ୍ଞାନ ବିଭାଗର ଶଶଶ୍ରୀ ମହାନ୍ତ,କାଜଲ ମାର୍ଣ୍ଡି,ମୁକେଶ ଟୁଡୁ,ପ୍ରିୟଙ୍କା ମହାନ୍ତ,ଲାଖିଆ ହେମ୍ରମଙ୍କ ସହ ସମସ୍ତ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇ ଥିଲା। ଶେଷରେ ବିଜୁବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ଭଙ୍ଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

masiha

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!