ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

କଲମପୁରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

କଲମପୁର -(ମସିହା) କଳାହାଣ୍ଡି ଜିଲ୍ଲା କଲମପୁରରେ ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ମହା ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି, କଲମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ସୁକାନ୍ତ କୁମାର ଶିଆଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ଶୁଭ ଉଦଘାଟନ କରିଥିଲେ, ଏଥିରେ ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଘନଶ୍ୟାମ ନାଏକ, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ହଂସ,ଦୁହିତା ମାଝୀ, ସାଂସଦ ପ୍ରତିନିଧି ଅରୁଣ ଜଗରିଆ ବିଶେଷ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ନୀରଦ ଚନ୍ଦ୍ର କଁହର , ଜିଲ୍ଲା ମତ୍ସ୍ୟ ଚିକିତ୍ସାଧିକାରୀ ଜ୍ଞାନ ରଞ୍ଜନ ସେଠୀ, ପ୍ରମୁଖ ମଞ୍ଚାସୀନ ଥିଲେ, ଏହି ମେଳାରେ ୧୨୦ଜଣ ମତ୍ସ୍ୟ ଚାଷୀ ଓ ପ୍ରାଣୀପାଳକ ଯୋଗଦାନ କରିଥିବା ବେଳେ ମିଶନ ଶକ୍ତି, ଓମଫେଡ, କୃଷି , ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଭଳି ବିଭିନ୍ନ ଷ୍ଟଲ ପ୍ରଦର୍ଶିତ ହୋଇଥିଲା, ଏହି ଅବସରରେ ସଫଳ ମତ୍ସ୍ୟ ଚାଷୀ ଓ ପ୍ରାଣୀପାଳକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ଭେଟେନାରୀ ଟେକ୍ନିସିଆନ ନୀଳକଣ୍ଠ ନାଏକ ଓ ସୁଧିର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ମାନବେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ, ଡଃ ରଞ୍ଜିତ ସାମନ୍ତ ସିଂହାର, ଗୌରୀ ଶଙ୍କର ବେହେରା,କ୍ଷିତିଶ ମୁଣ୍ଡ,ପଦ୍ମ କିଶୋର ରଣା, ଡମ୍ବରୁଧର ହାତୀ, ପବନ ନାଏକ,ନୀଲାଞ୍ଚଳ ନାଏକ,ଗଜିନ୍ଦ୍ର ମାଝୀ,ଦୁରମନ ବାଗ,ରାଜିବ ବାଗ, ଯଶୋବନ୍ତ ନିଆଲ, ଦୁର୍ଯୋଧନ ନିଆଲ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ପରିକ୍ରମା ପକ୍ଷରୁ ଆଲୋଚନା ଚକ୍ର “ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ “

Sunil Chandra Nayak

ତେଇଶି ତମ ଇସ୍କଫ ରାଜ୍ୟ ସମିଳନୀ

Sunil Chandra Nayak

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

Sunil Chandra Nayak

Leave a Comment

error: Content is protected !!