ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

ଭୁବନେଶ୍ୱର:- କଟକ ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥି ପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି।

ସେହିଭଳି ତିର୍ତ୍ତୋଲ ରେ ମଧ୍ୟ ବାଲି ଯାତ୍ରା ଅନୁଷ୍ଠିତ ହୋଇଛି। ପଡ଼ିଆରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାର ର ଷ୍ଟଲ୍। ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଏହି ଷ୍ଟଲରେ ରହିଛି। ଏହି ଅବସରରେ ଅପରାହ୍ନ ରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ସଙ୍ଗଠନ ଓ ବାହାର ଜିଲ୍ଲାର ସଙ୍ଗଠନ ଗୁଡିକ ସେମାନଙ୍କର କଳାକୃତି ପଦର୍ଶିତ କରିଥିଲେ।

ସେହି ଭଳି ପାରାଦୀପ କଳିଙ୍ଗ ବାଲି ଯାତ୍ରା ଓ ପରଦିନ ତିର୍ତ୍ତୋଲ ବାଲି ଯାତ୍ରା ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ନୃତ୍ୟ କରି ଦର୍ଶକ ଙ୍କ ମନ କୁ ମୋହି ଥିଲେ। ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ତାରିଣୀ,ଜ୍ୟୋତିର୍ମୟୀ,ଶୁଭଶ୍ରୀ, ସମ୍ପନ୍ନI,ଅନୁଷ୍କା,ପ୍ରିୟଙ୍କା ଏବଂ ପ୍ରୀୟାଶି ନୃତ୍ୟ ପରିବେଷଣ କରି ଥିଲେ। 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି ଓ ସୁଶାସନ ସପ୍ତାହ ପାଳନ

masiha

ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର 

masiha

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

Leave a Comment

error: Content is protected !!