ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରତୀ ଆବାଙ୍କ ଶାଶ୍ଵତ ପ୍ରେରଣା କୁ ପ୍ରଣାମ ଜଣାଇ ଜନଜାତୀୟ ଗୌରବ ଦିବସ ପାଳନ ଅବସରେ ବିଜେପିର ଶ୍ରଦ୍ଧାଞ୍ଜଳି 

ଧରତୀ ଆବାଙ୍କ ଶାଶ୍ଵତ ପ୍ରେରଣା କୁ ପ୍ରଣାମ ଜଣାଇ ଜନଜାତୀୟ ଗୌରବ ଦିବସ ପାଳନ ଅବସରେ ବିଜେପିର ଶ୍ରଦ୍ଧାଞ୍ଜଳି 

ରାଉରକେଲା । ତା ୧୫.୧୧.୨୦୨୫ ।  ଧରତୀ ଆବାଙ୍କ ଶାଶ୍ଵତ ପ୍ରେରଣା କୁ ପ୍ରଣାମ ଜଣାଇ ଜନଜାତୀୟ ଗୌରବ ଦିବସ ପାଳନ କଲା ବିଜେପି । ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ । ତାଙ୍କର ସଂଘର୍ଷମୟ ବୀରତ୍ଵ ଏବଂ ଇଂରେଜ ବିରୁଦ୍ଧରେ ସ୍ଵାଧୀନତା ସଂଗ୍ରାମ ପାଇଁ କି ଭଳି ବୀରତ୍ୱର ସହିତ ଲଢେଇ କରି ମୃତ୍ୟୁ ବରଣ କରିଥିଲେ, ତାଙ୍କର ଅବଦାନକୁ ସ୍ମରଣ କରି ଆଜି ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ରାଉରକେଲାର ବିଶ୍ରା ଛକ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା । ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ପ୍ରାକ୍ତନ ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ମନୋଜ ସେନାପତି, ଅଙ୍କୁଶ ବର୍ମା, ନିରଜ ଚତୁର୍ବେଦି, ଦିଲିପ ସିଂ (ଗୁଡ୍ଡୁ), ରଞ୍ଜିତା କିସପଟା, ନିରଞ୍ଜନ ପଟେଲ, ଶ୍ରୀକାନ୍ତ ପାଢ଼ୀ , ଶୀଲା ପାତ୍ର, ସୂର୍ଯ୍ୟକାନ୍ତ ପ୍ରଧାନ,ଗୋପାଳ ଚୌଧୁରୀ, ମନଜିତ ସିଂ, ପଙ୍କଜ ଚୌଧୁରୀ ଓ ଏସ କେ ଗୁଫରାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

Sunil Chandra Nayak

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

ଗୁଞ୍ଜାଇ ଟୁଡୁଙ୍କ  ଅନ୍ତୋଦୟ ଗୃହ ଯୋଜନା ସମ୍ପୂର୍ଣ୍ଣ କେବେ?

Sunil Chandra Nayak

Leave a Comment

error: Content is protected !!