ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚାରା ରୋପଣ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ବାନାଞ୍ଚଳର ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ଦହଳ ବନ ସୁରକ୍ଷା ସମିତି ଠାରେ ଆଜାଦି କି ଅମୃତ ମହୋତ୍ସବ ୨୦୨୩ ପାଳନ ହୋଇଛି। ଉକ୍ତ ଉତ୍ସବଟିକୁ ସେକ୍ସନ ବନପାଳ ବିଶ୍ୱଜିତ୍ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଏବଂ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତଥା ମାଣ୍ଡେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମଲୋଚନ ଜାଲ ଅତିଥି ଭାବରେ ଯୋଗ ଦେଇ ଚାରା ରୋପଣ କରିଥିଲେ।କାର୍ଯ୍ୟକ୍ରମରେ ସମିତି ସଭାପତି ସୁରେଶ ନାଏକ ଓ ସମିତିର କାର୍ଯ୍ୟନିର୍ବାହୀ କମିଟିର ସଭ୍ୟ ବୃନ୍ଦ ଓ ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଦୁଳଭ ମାହାର ଅଂଶଗ୍ରହଣ କରିଥିଲେ। ରୁପ୍ରାରୋଡ ସେକ୍ସନ ଆଇସି ବନପାଳ ସୁଶ୍ରୀ ପାରିଜାତ ବାଗ,ବନରକ୍ଷୀ ନିଗମ କୁମାର ସାହୁ, ଫକୀର ବିଶ୍ଵାଳ, ସନ୍ତୋଷ ଶିଖା ତଥା କର୍ମକର୍ତ୍ତା ଗଣ ଓ ପିଏନଜିଓ ଦଳପତି ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ 

Sunil Chandra Nayak

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

masiha

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

Sunil Chandra Nayak

Leave a Comment

error: Content is protected !!