ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

ଜୁନାଗଡ ରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ 

“ମିଛ ଖବର” ସାମ୍ବାଦିକତା ରେ ବିଶ୍ୱସନୀୟତା ର ପରିପନ୍ଥି 

 ମିଛ ଖବର ସାମ୍ବାଦିକତା ରେ ବିଶ୍ୱସନୀୟତା ର ପରିପନ୍ଥୀ, ସାମ୍ବାଦିକ ମାନେ ଖବର ପରିବେଷଣ କରିବା ପୂର୍ବରୁ, ଖବର ର ସତ୍ୟତା , ନିରପେକ୍ଷତା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ ନିଛକ ଖବର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଆଜି ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ଅବସର ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ନେତୃତ୍ଵ ରେ, ଜୁନାଗଡ଼ ସାମ୍ବାଦିକ ୟୁନିଅନର ସହଯୋଗ ରେ ଜୁନାଗଡ଼ ଅଗ୍ରସେନ ଭବନ ଠାରେ ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ତଥା ଓଡ଼ିଶା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ କମ୍ବୁ ପାଣି ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ,ମୁଖ୍ୟ ବକ୍ତା ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ ବିଧାୟକ ସୁଧୀର ରଂଜନ ପାଟ୍ଟଯୋଷି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହା ନନ୍ଦ, ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଦୁର୍ଗା ପ୍ରସାଦ ନାଏକ, ବଲାଙ୍ଗୀର ସାମ୍ବାଦିକ ୟୁନିଅନ ର ସଭାପତି ବଦ୍ରୀ ନାରାୟଣ ମିଶ୍ର, ବିଜେପି ନେତା ମନୋଜ କୁମାର ମେହେର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର, ଯୁବ ସାମ୍ବାଦିକ ଇଙ୍ଗିତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ , ସ୍ବାଗତ ଅଭିଭାଷଣ ବରିଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡା ମାଝୀ ପ୍ରଦାନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭ ରେ ଦିବଂଗତ ସାମ୍ବାଦିକ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ପୂର୍ବତନ ସମ୍ପାଦକ ପ୍ରଭାକର ପଟ୍ଟନାୟକଙ୍କ ଅମର ଆତ୍ମା ର ସଦ୍ ଗତି ନିମନ୍ତେ ଗୋଟେ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସାମ୍ବାଦିକ ଶଙ୍କର୍ଷଣ ବେହେରା, ଅଭିରାମ ମହାନନ୍ଦ, ଏମ. ଚନ୍ଦ୍ର ଶେଖର,ଶିବାନନ୍ଦ ନାଏକ, ବିକ୍ରମାଦିତ୍ୟ ସିଂହଦେଓ,ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଏହି ଅବସର ରେ ଅନ୍ୟ ସଂଘ ରୁ ୧୦ ଜଣ ନୂତନ ସଦସ୍ୟ ଓୟୁଜେ ରେ ସଦସ୍ୟତା ଗ୍ରହଣ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ହିମାଂଶୁ ଶେଖର ବରାଡ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଜୁନାଗଡ଼ ସାମ୍ବାଦିକ ୟୁନିଅନର ସଦସ୍ୟ ମାନେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବବି-ସଂଗ୍ରାମ ମୁକାବିଲା — ଯାଜପୁରରେ ରାଜନୀତି ରୋମାଞ୍ଚ !

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!