ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ.

ଶିଶୁ ହସିଲେ ସମାଜ ହସିବ’

ରାଉରକେଲା: ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଳୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆରଏସପିର ପୂର୍ବତନ ଜେନେରାଲ ମ୍ୟାନେଜର ଖଦାଳ ସେଠୀ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ଅଲ ଓଡ଼ିଶା କିନ୍ନର ଆସୋସିଏସନର ସମ୍ପାଦକ ଜୟା ତ୍ରିପାଠୀ,ସୁନ୍ଦରଗଡ଼ ଜିଲ୍ଳା ସ୍ୱଳ୍ପ ସଂଚୟ ଯୋଜନାର ସହ ନିର୍ଦ୍ଦେଶିକା କୌଶଲ୍ୟା ଭିତ୍ର୍ରିୟା,ଡ଼ାକ୍ତର ଅଭିଜିତ ପାଉଲ,ସାମାଜିକ କର୍ମୀ ସୁରେଶ ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଜଂନ ଦାଶ ଯୋଗ ଦେଇଥିଲେ । ଅତିଥି ଭାବେ ଶିକ୍ଷକ ବସନ୍ତ କୁମାର ଦାସ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ,ଶିଶୁ ମାନେ ଦେଶର ସମ୍ପଦ । ତେଣୁ ଶିଶୁଙ୍କୁ ସର୍ବବିଦ୍ଧ ବିକାଶ ପାଇଁ ଉପଲବ୍ଧ ଯତ୍ନ ନିଆଗଲେ ଏକ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଝୋଟି, ଡ଼୍ରଇଁ ଓ ପ୍ରବନ୍ଧ,ରଙ୍ଗୋଲି,ମେହେନ୍ଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲ।। ପ୍ରାରମ୍ଭରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ସମଲେଶ୍ୱରୀ ମିୟୁଜିକାଲ ଅରକେଷ୍ଟା ପକ୍ଷରୁ ମଲୋଡ଼ି ପରିବେଷଣ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ,ଅଧ୍ୟାପକ ପ୍ରଭଜଂନ ମିଶ୍ର ସମେତ ଅନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସେକ୍ଟର ୨୨କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ 

ସମ୍ବିଧାନ ଓ ଗଣତାନ୍ତ୍ରିକ ଅଧିକାର ର ସୁରକ୍ଷା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ହେବାକୁ ଆହ୍ୱାନ

masiha

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

masiha

Leave a Comment

error: Content is protected !!