ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

ଢେଙ୍କାନାଳ(ମନିସ)17/11/25  ପୁଅ ଜନ୍ମ କରିବା ପାଇଁ ଗୋଟିଏ ପରେ ଗୋଟିଏ ଏପରି ହେଲା ଝିଅ । ପୁଅ କାହିଁକି ଜନ୍ମ ଦେଲାନି ବୋଲି ପତ୍ନୀ ଉପରେ ସ୍ୱାମୀ କରିଛି ନିର୍ମମ ଅତ୍ୟାଚାର । ନିଜର ଜନ୍ମିତ ୫ ଶିଶୁ କନ୍ୟା ସହିତ ପତ୍ନୀକୁ ମାଡ଼ ମାରି ଘରୁ ତଡିଦେଲା ନୃଶଂସ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପୁରୁଗା ଗ୍ରାମରେ ଘଟିଥିବା ଏପରି ଅମାନବୀୟ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି। ଭୁବନ ଥାନା ଚମ୍ପାନାଳିଆ ଗ୍ରାମର ୨୮ ବର୍ଷୀୟା ଏହି ପିଡିତା ମହିଳା ସୁଲୋଚନା ନାଏକ। ଆଜକୁ ପ୍ରାୟ ୧୦ ବର୍ଷ ପୂର୍ବେ ଢେଙ୍କାନାଳ ମୋଡଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକା ଟେଣିର ଚୈତନ୍ୟ ନଏକଙ୍କୁ ବିବାହ କରିଥିଲେ । ବିବାହ ପରେ ଚୈତନ୍ୟ ନିଜ ପନୀର ମାମୁଁ ଘର ଗ୍ରାମ ଭୁବନର ପୁରୁଗା ଗ୍ରାମରେ ରହି ମୁଲ ଚାଲ କରି ଚଢ଼ୁଥିଲେ। ତାଙ୍କର ପ୍ରଥମ ଝିଅ ଜନ୍ମ ପରେ ସୁଲନନାଙ୍କୁ କାହିଁକି ପୁଅ ଜନ୍ମ ଦେଲେନି ବୋଲି ସ୍ବାମୀ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ତେବେ ପୁଅ ପାଇଁ ଗୋଟିଏ ପରେ ଗୋଟିଏ ଏପରି ଗତ ୧୫ ଦିନ ପୂର୍ବେ ପଞ୍ଚମ ଝିଅ ଜନ୍ମଦେଇଥିବା ଜଣାପଡିଛି । ବାରମ୍ବାର ନିର୍ଯ୍ୟାତନା ଯୋଗୁଁ ସୁଲୋଚନା ଭୁବନ ଥାନାରେ ଅଭିଯୋଗ ପରେ ସ୍ୱାମୀ ଚୈତନ୍ୟ ଭୁଲ ମାଗି ଚାଲିଛି । ଦେବେ ପଞ୍ଚମ ଝିଅ ଜନ୍ମ ପରଠାରୁ ନିର୍ଯ୍ୟାତନା ଅସହ୍ୟ ହୋଇଥୁଲା । ଏପରିକି ପୀଡ଼ିତା ମହିଳାଙ୍କୁ ନିଧୁମ ମାଡ଼ ମାରିବା ସହିତ ୫ ଝିଅକୁ ନେଇ ଘରୁ ବାହାର କରିଦେଇଛି ନିୟ ସ୍ବାମୀ ଫଳରେ ପୀଡିତା ମହିଳା ତାଙ୍କ ନବଜାତ ଶିଶୁ ସମେତ ୫ ଟି ଶିଶୁ କନ୍ୟାଙ୍କୁ ନେଇ ପ୍ରଥମେ ଭୁବନ ଡାକ୍ତରଖାନାରେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ତାଙ୍କ ମା’ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

masiha

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

masiha

Leave a Comment

error: Content is protected !!