ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

ଢେଙ୍କାନାଳ(ମନିସ)17/11/25  ପୁଅ ଜନ୍ମ କରିବା ପାଇଁ ଗୋଟିଏ ପରେ ଗୋଟିଏ ଏପରି ହେଲା ଝିଅ । ପୁଅ କାହିଁକି ଜନ୍ମ ଦେଲାନି ବୋଲି ପତ୍ନୀ ଉପରେ ସ୍ୱାମୀ କରିଛି ନିର୍ମମ ଅତ୍ୟାଚାର । ନିଜର ଜନ୍ମିତ ୫ ଶିଶୁ କନ୍ୟା ସହିତ ପତ୍ନୀକୁ ମାଡ଼ ମାରି ଘରୁ ତଡିଦେଲା ନୃଶଂସ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପୁରୁଗା ଗ୍ରାମରେ ଘଟିଥିବା ଏପରି ଅମାନବୀୟ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି। ଭୁବନ ଥାନା ଚମ୍ପାନାଳିଆ ଗ୍ରାମର ୨୮ ବର୍ଷୀୟା ଏହି ପିଡିତା ମହିଳା ସୁଲୋଚନା ନାଏକ। ଆଜକୁ ପ୍ରାୟ ୧୦ ବର୍ଷ ପୂର୍ବେ ଢେଙ୍କାନାଳ ମୋଡଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକା ଟେଣିର ଚୈତନ୍ୟ ନଏକଙ୍କୁ ବିବାହ କରିଥିଲେ । ବିବାହ ପରେ ଚୈତନ୍ୟ ନିଜ ପନୀର ମାମୁଁ ଘର ଗ୍ରାମ ଭୁବନର ପୁରୁଗା ଗ୍ରାମରେ ରହି ମୁଲ ଚାଲ କରି ଚଢ଼ୁଥିଲେ। ତାଙ୍କର ପ୍ରଥମ ଝିଅ ଜନ୍ମ ପରେ ସୁଲନନାଙ୍କୁ କାହିଁକି ପୁଅ ଜନ୍ମ ଦେଲେନି ବୋଲି ସ୍ବାମୀ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ତେବେ ପୁଅ ପାଇଁ ଗୋଟିଏ ପରେ ଗୋଟିଏ ଏପରି ଗତ ୧୫ ଦିନ ପୂର୍ବେ ପଞ୍ଚମ ଝିଅ ଜନ୍ମଦେଇଥିବା ଜଣାପଡିଛି । ବାରମ୍ବାର ନିର୍ଯ୍ୟାତନା ଯୋଗୁଁ ସୁଲୋଚନା ଭୁବନ ଥାନାରେ ଅଭିଯୋଗ ପରେ ସ୍ୱାମୀ ଚୈତନ୍ୟ ଭୁଲ ମାଗି ଚାଲିଛି । ଦେବେ ପଞ୍ଚମ ଝିଅ ଜନ୍ମ ପରଠାରୁ ନିର୍ଯ୍ୟାତନା ଅସହ୍ୟ ହୋଇଥୁଲା । ଏପରିକି ପୀଡ଼ିତା ମହିଳାଙ୍କୁ ନିଧୁମ ମାଡ଼ ମାରିବା ସହିତ ୫ ଝିଅକୁ ନେଇ ଘରୁ ବାହାର କରିଦେଇଛି ନିୟ ସ୍ବାମୀ ଫଳରେ ପୀଡିତା ମହିଳା ତାଙ୍କ ନବଜାତ ଶିଶୁ ସମେତ ୫ ଟି ଶିଶୁ କନ୍ୟାଙ୍କୁ ନେଇ ପ୍ରଥମେ ଭୁବନ ଡାକ୍ତରଖାନାରେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ତାଙ୍କ ମା’ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

masiha

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଚିତ୍ରାଙ୍କନ ( ୱାଲ୍ ପେଣ୍ଟିଂ)ପ୍ରତିଯୋଗିତା 

masiha

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

masiha

Leave a Comment

error: Content is protected !!