ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

ବାପା ଭରସାର ପାନ୍ଥଶାଳା

ରାଉରକେଲା: ରାଉରକେଲାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ଯ ଅନଷ୍ଠାନ ବୈଶାଖୀ ସାହିତ୍ଯ ସଂସଦ ଆନୁକୂଲ୍ଯରେ ଶୀତ କବିତା ଆସର ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂପାଦିତ “ବାପା” କବିତା ସଂକଳନ ଉନ୍ମୋଚନ ଉତ୍ସବ ,ଇସ୍ପାତ ସାହିତ୍ଯ ସଂସଦ ପରିସରରେ ଅନୁଷ୍ଠିତ ହେଇ ଯାଇଛି | ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ଯବକ୍ତା ଭାବେ ଡ.ଅଶ୍ବିନୀ କୁମାର ରାୟ କହିଲେ ଆତ୍ମ ପ୍ରତ୍ଯୟର ଆମ୍ଲାନ ସ୍ବାକ୍ଷର ବାପା,ଅମୃତ ଉଚ୍ଚାରଣ ଆମ ପରିଚୟର ପର୍ବ | ବୁନ୍ଦାଏ ରକ୍ତରୁ ଯା’ର ସୃଷ୍ଟି ଜୀବନର ଆଦ୍ଯ ଓମ୍ କାର୍ ପ୍ରଣୟ ଝକ୍କାର | ସେ ଆହୁରି ମଧ୍ଯ କହିଲେ ବାପା ବିଶ୍ବାସର ଆତ୍ମଲିପି ଆଉ ଭରସାର ପାନ୍ଥଶାଳା ମଧ୍ଯ | ଅନ୍ଯତମ ଆଲୋଚିକା କବୀ ଅଙ୍ଗୁରବାଳା ପରିଡା ପୁସ୍ତକ ସମୀକ୍ଷା କରିବାକୁ ଯାଇ କହିଲେ ବାପା ସଂକଳନ ବା ସ୍ମରଣିକାରେ ସନ୍ନିବେଶିତ ପ୍ରତ୍ଯେକଟି କବିତା ବାପା ସ୍ମୃତିରେ ତରଳ ଛଳଛଳ ଆଞ୍ଜୁଳାଏ ଲୁହର ଆବେଗ | ମୁଖ୍ଯ ଅତିଥି ଭାବେ ସଂମ୍ବାଦ ସସ୍କରଣ ରାଉରକେଲାର ମୁଖ୍ଯ ଲକ୍ଷ୍ମୀ ନାରାୟଣ ହୋତା କହିଲେ ବାପା ଆଶ୍ବାସନା ଓ ସମ୍ଭାବନାର ଏକ ରସାଳ ବୃକ୍ଷଟିଏ | ଖରା ବର୍ଷା ଶୀତ ଜୀବନ ଯାତନାକୁ ଯିଏ ଛାତିରେ ଲୁଚାଇ ଯିଏ ଉଷୁମ ଅନୁଭବ ଦିଅନ୍ତି ସେ ହେଉଛନ୍ତି ବାପା | ବାପା କବିତା ସଂକଳନର ପ୍ରତ୍ଯକଟି କବିତା ତୀବ୍ର ଅନୁଭବର କଥା କଳ୍ପନାକୁ ନେଇ ସୃଷ୍ଟି |ବପା କବିତାକୁ ନେଇ କବି ସୁଶାନ୍ତ କୁମାର ନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ଯ କମ୍ ପଡିବ | ପ୍ରାରମ୍ଭରେ ସଭାପତି ଶ୍ରୀ ପତି ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | ସାଧାରଣ ସଂପାଦକ ଚନ୍ଦ୍ରଧ୍ବଜ ମାଝୀ ସଂପାଦକୀୟ ପାଠକରବା ସହ ଆଗାମୀ କାର୍ଯକ୍ରମର ରୁପରେଖ ଉପସ୍ଥାପନ କରିଲେ | ଦ୍ବିତୀୟ ପର୍ଯ୍ଯାୟରେ କବି ପ୍ରତାପ କୁମାର ପଣ୍ଡା ସଭାପତି,ଦିପ୍ତି ସୁନ୍ଦର ରାୟ ସମ୍ମାନିତ ଅତିଥି ଥିବାବେଳେ କବୀ କଳ୍ପନା ନନ୍ଦ,କବୀ ନିରୁପମା ନାୟକ,କବୀ ସବିତା ପରିଡାଙ୍କ ସଂଯୋଜନାରେ କବି ଅଶୋକ ପଟ୍ଟନାୟକ,ଉପେନ୍ଦ୍ର ବସ୍ତିଆ,ସତ୍ଯବ୍ରତ ଦାଶ,ଦିବାକର ଦାଶ, ବ୍ରଜେନ୍ଦ୍ର ଦାଶ ,ନିକୁଞ୍ଜ ବିହାରୀ ଦାଶ,ଅଜୟ ମହାନ୍ତି,ଗୌତମ ଦାସ,ଆର୍ତ୍ତତ୍ରାଣ ମହାପାତ୍ର,ସତ୍ଯନାରାୟଣ ଦାଶ,ଉର୍ବଶୀ ଦାଶପତି,ସସ୍ମିତା ପ୍ରଧାନ,କନକ ଲତା ମିଶ୍ର,କ୍ଷୀରେଶ୍ବରୀ କିଷାନ,ପ୍ରଫୁଲ୍ଲ ସାମଲ,ସବିତା ପରିଡା,ପ୍ରକାଶ ସେଠୀ,କୁଞ୍ଜ ବିହାରୀ ରାଉତ,ଦିପ୍ତି ମହାନ୍ତି ଆଦି ୨୨ଜଣ କବି ବାପା ଶୀର୍ଷକରେ କବିତା ପାଠ କରିଥିଲେ | ଅନ୍ଯମାନଙ୍କ ମଧ୍ଯରେ ଡ.କୃପାସିନ୍ଧୁ ନାୟକ,ଅକ୍ଷୟ ସାମଲ,ଇଂ କିଶୋର ଚନ୍ଦ୍ର ନାୟକ, କାଶୀନାଥ ନନ୍ଦୀ,କାଶୀନାଥ ପାତ୍ର, ବଳରାମ ରାଉଳ,ଗଗନ ବିହାରୀ ଧଳ ,ପୀତବାସ ପ୍ରଧାନ,ଭଗବାନ ରାଉତ,ଅକ୍ଷୟ ଦାସ, ଶମ୍ଭୁନାଥ ପରିଡା,ଜଗନ୍ନାଥ ରାଉତ ଆଦି ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ଯିକମାନେ ଯୋଗଦାନ କରିଥିଲେ ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

Sunil Chandra Nayak

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

masiha

Leave a Comment

error: Content is protected !!