ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ 

ବ୍ଲକ ସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ତା ୧୮/୧୧/୨୫, ଆଜିର ବୈଠକ ଆରମ୍ଭରୁ ସର୍ବ ପ୍ରଥମେ ନିଶାମୁକ୍ତ ନିମନ୍ତେ ଯୁବକଯୁବତୀ ମାନଙ୍କ ପାଇଁ ଆଜି ବୈଠକରେ ସମସ୍ତେ ଛିଡା ହୋଇ ନିଜ ନିଜ ହାତ ଉପରକୁ କରି ପ୍ରମାଣ କରିଥିଲେ କି ନିଶା ମୁକ୍ତ ରାଷ୍ଟ୍ର କରିବା ପାଇଁ ଆଜିଥିଲା ଏକ sopotho ପାଠ କରିଥିଲେ I ୧୯୯୫ ମସିହା ଠାରୁ ଆରମ୍ଭ ହୋଇଆସିଥିବା ଲୁକାୟତ ପ୍ରତିଭା ଓ ନିଜ ନିଜର କଳା ଓ ସଂସ୍କୃତି କୁ ନେଇ ଲୋକ ଲଚନକୁ ଆଣିବା ପାଇଁ ଡଙ୍ଗର ଗଡ଼ ନାଁରେ ହୋଇ ପାରମ୍ଫାରିକ ଠାରୁ ଆଜକୁ ପ୍ରାୟ ୨୮ ବର୍ଷ ହେଲାଣି ଚାଲି ଆସିଥିବା ପର୍ବକୁ କୋରାପୁଟ ଜିଲ୍ଲା ସ୍ତରୀୟ ନାଁରେ ନୂତନ ଭାବରେ ପରବ ନାଁରେ କରିବା ପାଇଁ କରି ଆସିଛନ୍ତି I ଚଳିତ ବର୍ଷ ର ପରବ ର ପ୍ରସ୍ତୁତି ବୈଠକ ର ଆୟୋଜକ ହେଲେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ ଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା,ଓ ସନ୍ନମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା ପ୍ରମୁଖ ଉପସ୍ଥିତ ରହି ପରବ ର କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ I ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୦୦ ମିଟର, ୨୦୦ ମିଟର, ୪୦୦ମିଟର ଓ ୮୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଜବଲିଙ୍ଗ ଥ୍ରୋ, ସଟ ପୁଟ, ଗୀତ, ଭାଷଣ, ଚିତ୍ରାଙ୍କନ,କବାଡି, ଫୁଟ ବଲ, ଭଲି ବଲ, ଓ ଅନ୍ୟାନ୍ୟ ଖେଳ ୧୩ ଗୋଟି ପଞ୍ଚାୟତରେ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ପଞ୍ଚାୟତ ସ୍ତରୀୟ ପାଇଁ ୨୪, ୨୫, ୨୬ ତାରିଖ ତିନିଦିନ ମଧ୍ୟରେ ସାରିବା ପରେ ପଞ୍ଚାୟତ ସ୍ତରରୁ ଯେଉଁ ମାନେପଞ୍ଚାୟତ ରୁ ମନନୀତ ହୋଇ ବ୍ଲକକୁ ଆସିବେ ବ୍ଲକର ୧୩ ଗୋଟି ପଞ୍ଚାୟତର ପିଲାଙ୍କୁ ୨୭ ତାରିଖ ଦିନ ବ୍ଲକ ସ୍ତରୀୟ ଖେଳ ଖେଳାଯିବ ଓ ବ୍ଲକରୁ ଯେଉଁ ଯେଉଁମାନେ ବ୍ଲକରୁ ପ୍ରଥମ ସ୍ଥାନ ପାଇ ମନନୀତ ହୁଅନ୍ତି ସମସ୍ତ ଖେଳ ଖେଳିଥିବା ପ୍ରତିଯୋଗୀଙ୍କୁ ନେଇ ୨୭ ତାରିଖ ଦିନ ସନ୍ଧ୍ୟାରେ ବ୍ଲକରୁ ଜିଲ୍ଲାକୁ ମନନୀତ ହୋଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତରରେ ୨୮ ତାରିଖରୁ ଆରମ୍ଭ ହବାକୁ ଥିବା ସମସ୍ତ ପ୍ରକାର ଖେଳକୁଦ ର ଆରମ୍ଭ ହୋଇଥିବା ଯୋଗୁଁ ବନ୍ଧୁଗାଁ ବ୍ଲକର ପିଲାକୁ ଜିଲ୍ଲାକୁ ୨୭ ତାରିଖ ରେ ପଠାଯିବ ଓ ସେଠାରେ ନିଜ ନିଜ ଖେଳରେ ଭାଗରେ ଅଂଶଗ୍ରହଣ ହେବେ I ଏଥିସହ ୨.୧୨.୨୫ ରିଖ ଦିନରେ ବନ୍ଧୁଗାଁ ଜଗ୍ନନାଥ ମନ୍ଦିରରୁ ମସାଲ ଯାତ୍ରା ବାହାରିବ ଓ ବଜା ଓ ନାଚଗୀତ ସହ ମସାଲ କୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନିକଟ ମିନି ଖେଳ ପଡିଆ ଠାରେ ମସାଲ କୁ ମଞ୍ଚକୁ ନେଇ ସାରିବା ପରେ ଭଲି ଓ କବାଡି ଖେଳର ଶୁଭାରମ୍ଭ ହବ I ଏଥିସହ ୨ ତାରିଖ ସନ୍ଧ୍ୟାରେ ରଙ୍ଗା ରଙ୍ଗ ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହବା ପାଇଁ ଆଜି ପରବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଯାଇଛି I ଏହି ପରବରେ ଖେଳକୁଦ କରିବା କେଉଁ ପ୍ରକାର ଭାବରେ ଓ କେଉଁ କେଉଁ ବିଭାଗକୁ କେଉଁ ଦାୟିତ୍ୱ ଦିଆଯିବ ତା ଉପରେ ମଧ୍ୟ ଆଲୋଚନା କରିଥିଲେ I ଆଜିର ପ୍ରସ୍ତୁତି ବୈଠକରେ ବ୍ଲକର ଏ.ଇ.ଇ ଶ୍ରୀ ସୌରବ ନାୟକ,ସମସ୍ତ ସମସ୍ତ କନିଷ୍ଟ ଯନ୍ତ୍ରୀ, ଶିକ୍ଷା ବିଭାଗ, ବିଜୁଳି ବିଭାଗ, ଜଳ ଯଗାଣ ବିଭାଗ, ଆର.ଡି.ବନ୍ଧୁଗାଁ ବ୍ଲକର ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ,ବ୍ଲକ ବିଧାୟକ ପ୍ରତିନିଧି ଡି.ଏଙ୍କାଟି, ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର,ସମସ୍ତ ପିଓ, ତହସିଲ ବିଭାଗ, ପ୍ରାଣୀ ଚିକିତ୍ସା କେନ୍ଦ୍ର ବିଭାଗ,ସମସ୍ତ ପଞ୍ଚାୟତ ର ସରପଞ୍ଚ,ପ୍ରମୁଖ ରହିବା ସହ ସମ୍ଫ୍ରସାରଣ ବିଭାଗର ଅଧିକାରୀ ଶ୍ରୀ ଚନ୍ଦନ କୁମାର ସ୍ୱାଇଁ, ଜିପିଡିଓ ଶ୍ରୀ ଅମିର ଅକ୍ଷୟ କୁମାର ପ୍ରଧାନ, ଓ (ଏସ ଇ ଓ ) ଦୀପକ କୁମାର ଓ ବନ୍ଧୁଗାଁ ଥାନା ବିଭାଗର ଷ୍ଟାଫ ଓ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ଦ୍ବିତୀୟ ଦିବସ

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!