ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓମ୍ ଶାନ୍ତି ସର୍ବ ଶାସ୍ତ୍ର ସିରୋମଣି ଶ୍ରୀମଦ୍ ଭଗବତ ଗୀତାର ଆଧ୍ୟାତ୍ମିକ ରହସ୍ୟ ବା ଚିନ୍ତାମୁକ୍ତ ରାଜଯୋଗ ଶିବିର

ଓମ୍ ଶାନ୍ତି ସର୍ବ ଶାସ୍ତ୍ର ସିରୋମଣି ଶ୍ରୀମଦ୍ ଭଗବତ ଗୀତାର ଆଧ୍ୟାତ୍ମିକ ରହସ୍ୟ ବା ଚିନ୍ତାମୁକ୍ତ ରାଜଯୋଗ ଶିବିର

ନବରଂଗପୁର:( ତା ୧୪/୧୧/୨୫)(ମ.ନି. ସ) ସ୍ଥାନୀୟ ଚୈତନ୍ୟ ମନ୍ଦିର ପ୍ରାଙ୍ଗନ ରେ ଗୀତା ର ଆଧ୍ୟାତ୍ମିକ ରହସ୍ୟ ଆଧାରିତ ପ୍ରବଚନ ଚାଲୁ ଅଛି। ଏହି ଅବସରରେ ମୁଖ୍ୟ ପ୍ରବଚିକା ରୂପେ ସୁଦୂର ଜାମସେଦପୁର ରୁ ରାଜ ଯୋଗିନୀ ବ୍ରହ୍ମା କୁମାରୀ ଅଞ୍ଜୁ ଦିଦି ଜି ପ୍ରଥମ ଦିବସରେ ବର୍ତ୍ତମାନ ସଂସାରର ସାମାଜିକ ସାଂସ୍କୃତିକ ଭୌଗଲିକ ସ୍ଥିତି ସହ ମନୁଷ୍ୟର ମନ ପଥ ଭ୍ରଷ୍ଟ ହେବା ଯୋଗୁଁ କେଉଁ ପ୍ରକାର ନିମ୍ନ ସ୍ତରକୁ ପହଞ୍ଚିଛି ତାହା ଦର୍ଶାଇଥିଲେ। ଭଗବତ ଗୀତା ସମାଜ ପରିବର୍ତ୍ତନ ର ମୁଖ୍ୟ ଆଧାର ଅଟେ । ବ୍ୟକ୍ତିର ବ୍ୟକ୍ତିତ୍ଵ ଦେବ ତୁଲ୍ୟ ବନେଇବା ତଥା ଏକ ସୁସ୍ଥ ସୁଦୃଢ଼ ଓ ଉନ୍ନତ ବା ମୁଲ୍ୟନିଷ୍ଠ ସମାଜ ନିର୍ମାଣ ର ପ୍ରାଣକେନ୍ଦ୍ର ବୋଲି ମତବ୍ୟକ୍ତ କରିଥିଲେ। ଗିତାଜ୍ଞାନ କେବଳ ଏକ ଅର୍ଜୁନ ନିମନ୍ତେ ନୁହେଁ। ବରଂ ସାରା ମନୁଷ୍ୟ ସମାଜ ନିମନ୍ତେ ଉଦ୍ଧିଷ୍ଠ ବୋଲି ମତବ୍ୟକ୍ତ କରିଥିଲେ। ଶିବିରର ଦ୍ୱିତୀୟ ଦିବସରେ ଅଂଜୁ ଦିଦି ଜି ଆତ୍ମଜ୍ଞାନ ତଥା ସ୍ଵ ର ପରିଚୟ ଏବଂ ସ୍ଥିତପ୍ରଜ୍ଞ ଅବସ୍ଥା କିପରି ପ୍ରାପ୍ତ କରିପାରିବା ତାହାର ସହଜ ତରିକା ଉପରେ ଆଲୋକ ପାତ କରିଥିଲେ । ତୃତୀୟ ଦିବସ ରେ କର୍ମ ଯୋଗ ତଥା ନିଜକୁ ଆତ୍ମା ଭାବି ପରମାତ୍ମା ସ୍ମୃତି ରେ କର୍ମ କରିବା ହିଁ ଶ୍ରେଷ୍ଠ କର୍ମ ଅଟେ। ଏବଂ ପରମାତ୍ମା ସ୍ମୃତି ରେ କର୍ମ କରିବା ଦ୍ଵାରା ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇ ପାରେ । ମନର ସ୍ତିରତା ବୃଦ୍ଧି ପାଇ ଥାଏ । ଶିବିର ର ଚତୁର୍ଥ ଦିବସରେ ରାଜଯୋଗ ଉପରେ ଆଲୋକପାତ କରି ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର ,ଶ୍ରୀଯୁକ୍ତ ପର୍ଶୁରାମ ମାଝୀ ପୂର୍ବତନ ସାଂସଦ ନବରଙ୍ଗପୁର,ଶ୍ରୀଯୁକ୍ତ କୁଞ୍ଜ ବିହାରୀ ଦାସ ଜିଲ୍ଲା ସଭାପତି ଭାରତୀୟ ଜନତା ପାର୍ଟି ଓ ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର ଉପ ଜିଲ୍ଲାପାଳ ନବରଙ୍ଗପୁର, ଶ୍ରୀଯୁକ୍ତ ଧନୁର୍ଜୟ ମହାପାତ୍ର ଡି ଏଫ୍ ଓ କୋରାପୁଟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବଚନ ରେ ପୂର୍ଣ୍ଣ ଲାଭ ନେଇଥିଲେ।ଏତଦ୍ ବ୍ୟତୀତ ନବରଙ୍ଗପୁର ସହର ର ୨୫୦ ରୁ ଉର୍ଦ୍ଧ ମାନ୍ୟଗଣ ବ୍ୟକ୍ତି ଏବଂ ଆଧ୍ୟାତ୍ମିକ ସଂସ୍ଥା ମାନଙ୍କର ସଭାପତି,ସମ୍ପାଦକ ବୃନ୍ଦ କାର୍ଯ୍ୟକ୍ରମ ରେ ଯୋଗଦେଇ ଏହାର ପୁରା ଲାଭ ନେଇଥିଲେ।ଏହି ଅବସରରେ କେନ୍ଦ୍ର ସଂଚାଲିକା ବ୍ରହ୍ମା କୁମାରୀ ନମିତା ,ବ୍ର.କୁ କୋମଳ,ମଞ୍ଚ ପରିଚାଳନା କରି ଥିଲେ।ସମସ୍ତ ଭାଇ ଭଉଣୀଙ୍କ ସହଯୋଗ ରେ ଦୀର୍ଘ ୪ ଦିନ ଧରି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।ଏବଂ କାଳ ଚକ୍ର ର ରହସ୍ୟ ଜାଣିବା ପାଇଁ ପଞ୍ଚମ ଦିନ ୧୮/୧୧/୨୫ ସନ୍ଧ୍ୟା ୬ ଘଣ୍ଟିକା ସ୍ଥାନୀୟ ଚୈତନ୍ୟ ମନ୍ଦିର ପ୍ରାଙ୍ଗଣ ରେ ଉପସ୍ଥିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ରାଇରଙ୍ଗପୁର ଉପଖଣ୍ଡରେ ବାତଜ୍ଵର ନିରାକରଣ ନେଇ ସଚେତନତା ରଥ ଉଦଘାଟିତ

masiha

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

Leave a Comment

error: Content is protected !!