ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନ ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ ବିଜ୍ଞାନମେଳା ଉଦ୍‌ଘାଟିତ ହୋଇଛି | ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୟୁରଲାଲ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ଗୋଲାମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତ୍ବନା ସିପକା, ନିରଞ୍ଜନ ନାଏକ, ଶିକ୍ଷା କମିଟି ସଭ୍ୟ ଅଭିରାମ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଯୋଶୀ, ରାସାୟନିକ ବିଜ୍ଞାନ ଶିକ୍ଷକ ଲିଲାମ୍ବର ବିଶି,ସାମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବରତ୍ନ ରାଉତ, ଶିକ୍ଷା କମିଟି ସଭ୍ୟ ବନମାଳୀ ଧାରୁଆ, ସରପଞ୍ଚ ଦିଗାମ୍ବର ତାଣ୍ଡି ,ସିଆରସିସି ଜିତେନ୍ଦ୍ର ଜାଳ ଏବଂ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ବି ଇ ଓ ନବ କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଡି ଇ ଓ ଶ୍ରୀଯୁକ୍ତ ରାଧାକାନ୍ତ ଛାତ୍ରୀ,ସମ୍ମାନିତ ଅତିଥି ଭାବେ ବି ଇ ଓ ରାଜେଶ ନାୟକ, କଳାହାଣ୍ଡି ଜିଲ୍ଲା ଡି ଏସ ଏସ ଦୁଷ୍ମନ୍ତ ଶେଖର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ସନ୍ତୋଷ କୁମାର କର ପ୍ରମୁଖ ଯୋଗଦାନ କରିଥିବା ସହ ବିଜ୍ଞାନ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୁଚି ଜାଗ୍ରତ ସହ ଅନ୍ତର୍ନିହିତ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପ୍ରୟାସ ବୋଲି କହିଥିଲେ | ଛାତ୍ରଛାତ୍ରୀଙ୍କ ପକ୍ଷରୁ ମେଳାରେ ବିଜ୍ଞାନ, ଗଣିତ ଏବଂ ସାମାଜିକ ବିଜ୍ଞାନର ବିଭିନ୍ନ ପ୍ରକଳ୍ପ ଷ୍ଟଲ ମଧ୍ୟମ ରେ ପ୍ରଦର୍ଶିତ ହୋଇଥିଲା । ଅତିଥି ମାନେ ଷ୍ଟଲ ଗୁଡ଼ିକୁ ପରିଦର୍ଶନ କରି ଥିଲେ ଏବଂ ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ କୃତିତ୍ବ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଶେଷରେ ଧନ୍ୟବାଦ ଜ୍ଞାପନ ଜଣାଇବା ସହ ମେଳା ସମାପ୍ତ ହୋଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

masiha

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

masiha

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!