ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସତୀ ତୁଳସୀ ସତୀ ଚଉରା ମଞ୍ଚସ୍ଥ 

ଅସତୀ ତୁଳସୀ ସତୀ ଚଉରା ମଞ୍ଚସ୍ଥ 

ରାଉରକେଲା: ସାଂସାରିକ ମାୟା ବନ୍ଧନ ରେ ସମସ୍ତ ଜୀବ ବନ୍ଧା । ସମୟ ପରିସ୍ଥିତି ର ଦାସ, ପରିବାର ମଧ୍ୟରେ ରହି ପରିବାର ର ପ୍ରତି ସହାଭାଗିତା ହେବା ସମସ୍ତ ମଣିଷର ଦାୟିତ୍। ସେମିତି ଏକ ପରିବାର ହେଉ ହେଉଛି ଈଶ୍ୱର ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ.. ନିଜର ପେଟକୁ କାଟି ବନ୍ଧ୍ୟା ହୋଇ ନିଜର ବଡ ଭାଇ ଙ୍କର ଦୁଇ ଝିଅ ଓ ପୁଅ କୁ ପାଳିପୋଷି ବଡକରିଥାନ୍ତି ।ମଝିଆ ଝିଅ ତୁଳସୀ ସାନ ଭାଇ ର ଡାକ୍ତରୀ ପଢା ଖର୍ଚ୍ଚ ଓ ବଡ ଭଉଣୀ ବାହାଘର ପାଇଁ ନିଜେ ଏକ ବେଶ୍ୟା କୋଠି ମାଲିକ ପାଖରେ ବିକ୍ରି ହୋଇଗଲା । ସେହିଠାରୁ ଆରମ୍ଭ ହେଲା ତୁଳସୀ ର ଦୁଃଖ ଭରା କାହାଣୀ । ନିଜେ ଜାଳି ଶେଷରେ ପରିବାର ପ୍ରତି ଏକ ତ୍ୟାଗ ର ଉଦାହରଣ ସାଜି ଥିଲା । ନିଜେ ସତୀ ଚଉଁରା ହୋଇ ମଧ୍ୟ ସମାଜ ଆଖିରେ ତୁଳସୀ ଅସତୀ । ଏହାଥିଲା ନାଟକ ” ଅସତୀ ତୁଳସୀ ସତୀ ଚଉରା ” ର କାହାଣୀ । କାହାଣୀ ର ଜୀବନ୍ତ ନାଟକକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

 ଉଦଯାପାନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ବିଧାୟକ ସାରଦା ପ୍ରସାଦ ନାୟକ, ଅତିଥି ରାଜୀବ ପାଣି ଏବଂ ବାର ସଙ୍ଘ ସଭ୍ୟ ମହେଶ୍ୱର ପୂରଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସନ୍ଧ୍ୟାରେ ଗୟାଧର ନାଥ ଙ୍କୁ ଶ୍ରୀକୃଷ୍ଣ ସାଂସ୍କୃତିକ ସମ୍ମାନ ଏବଂ ଅଜୟ ପାଣି ଓ ଅନ୍ତରାୟମି ପରିଡା ଙ୍କୁ ” ଶ୍ରୀକୃଷ୍ଣ ମୁକ୍ତମଞ୍ଚ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ପ୍ରଥମେ ସ୍ୱାଗତ ଭାଷଣ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ନାୟକ ଦେଇଥିବା ବେଳେ ଆଲୋକ ବୋଷ, ଚନ୍ଦ୍ରମଣି ମାଝୀ, ଭାରତ ସେଠି, ସଂଜୀବ ଚାନ୍ଦ, ନାଟ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ । ସମସ୍ତ କଳାକାର ଓ ବାଦ୍ୟ ଯନ୍ତ୍ର ଶିଳ୍ପୀ ଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ।ଶେଷରେ ଆରଜେ ପ୍ରବୀର ଜେନା ଙ୍କ ମଞ୍ଚ ସଂଚଳନାରେ ଯାତ୍ରା ପ୍ରେମୀ ବିଭୋର ହୋଇ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଉମାକାନ୍ତ ପଡାରୁ କର୍ଲାମୁଣ୍ଡା ରାସ୍ତା ଶୋଚନୀୟ 

masiha

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!