ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଭୀମଭୋଇ ଦିବ୍ୟାଂଙ୍ଗ ସାମର୍ଥ୍ୟ ଅଭିଯାନ 

ଧରାକୋଟ ରେ ଭୀମଭୋଇ ଦିବ୍ୟାଂଙ୍ଗ ସାମର୍ଥ୍ୟ ଅଭିଯାନ 

ଆସିକା, ୧୮/୧୧/୨୫ — ଧରାକୋଟ ବ୍ଲକ ପରିସରରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ ଶିବିର ବ୍ଲକ ପ୍ରଶାସନ ଦ୍ବାରା ଆୟୋଜିତ ହୋଇଯାଇଛି । ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ପୌରୋହିତ୍ୟରେଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅସିଓ ଶବର,ଏ ବି ଡି ଓ ସୁଶିଲ ପଟନାୟକ,ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବି ଏସ ଏସ ଓ ସଚିନ ପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। 

ଏହି ଶିବିରରେ 412 ଜଣ ଦୃଷ୍ଟି ବାଧିତ, ମୁକ ବଧିର, ଶାରୀରି ଭିନ୍ନକ୍ଷମ,ମାନସିକ ଅନଗ୍ରସର ଭଳି 21 ପ୍ରକାରର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଉପକରଣ ନିମନ୍ତେ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 15 ଜଣଙ୍କୁ ଟ୍ରାଇ ସାଇକେଲ,18 ଜଣଙ୍କୁ ୱିଲ ଚେୟାର,23 ଜଣଙ୍କୁ ଆଶା ବାଡି,51 ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଭତ୍ତା,ରାସନ କାର୍ଡ ଓ ଆବାସ ଯୋଜନା ପାଇଁ 131 ଜଣ ଭିନ୍ନକ୍ଷମ ଆଜିର ଶିବିରରେ ଆବେଦନ କରିଥିବା ଜଣାଯାଇଛି। ଏ ବି ଡି ଓ ସୁଶିଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!