ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବଦୂତ ସାଜିଲେ କିନ୍ନର ସଂଘର ରାଧିକା 

ଦେବଦୂତ ସାଜିଲେ କିନ୍ନର ସଂଘର ରାଧିକା 

ନବରଙ୍ଗପୁର: (୧୯|୧୧)(ମ.ନି. ସ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଷଗୁମୁଡ଼ା ବ୍ଲକ୍ ର କଣ୍ଡାପୁରି ଗ୍ରାମର ଧନୁର୍ଜୟ ମାଳିଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତୁରନ୍ତ ରକ୍ତର ଆବଶ୍ୟକ ପଡ଼ିଲା। ଉକ୍ତ ଖବର ପାଇ କିନ୍ନର ସଂଘର ସଦସ୍ୟ ରାଧିକା କିନ୍ନର ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଆଗେଇ ଆସି ଧନୁର୍ଜୟ ମାଳିଙ୍କ ଜୀବନ ବଞ୍ଚାଇବା ରେ ସକ୍ଷମ ହୋଇଥିଲେ। ଏହି ଖବର ପ୍ରସାରିତ ହେବା ମାତ୍ରେ କିନ୍ନର ସଂଘର ସଦସ୍ୟ ମାନଙ୍କ ଏଭଳି ଅଭିନବ ପ୍ରୟାସ , ମାନବିକତା ଏବଂ ସମାଜ ସେବା ନିମନ୍ତେ ସଂଘର ସଦସ୍ୟ ମାନେ ବିଭିନ୍ନ ସମୟରେ ଆଗେଇ ଆସୁଥିବାରୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ତଥା ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ମୁଖ୍ୟ ପରାମର୍ଶ ଦାତା ସମାଜ ସେବୀ ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ, ସଂଘର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର , ସଂଘର ମହିଳା ଉପଦେଷ୍ଟା ତଥା ସମାଜସେବୀ ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ଵର୍ଣଲତା ପଟ୍ଟନାୟକ , ଅନ୍ୟତମ ଉପଦେଷ୍ଟା ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଉମରକୋଟ ର ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର, ବର୍ଷା, କବିତା, ଶିବାନୀ, ବଇଦି, ଅନିତା, ଇପ୍ସିତା ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ କିନ୍ନର ସଂଘର ସଦସ୍ୟ ଙ୍କ ମାନେ ଗରିବ ମାନଙ୍କୁ ବର୍ଷା ମାସରେ ଛତା, ଶୀତ ମାସରେ କମ୍ବଳ, ବିଭିନ୍ନ ସମୟରେ ରକ୍ତ ସଂଗୃହିତ ସଂସ୍ଥା ମାନଙ୍କରେ ରକ୍ତ ଦାନ, ବିଭିନ୍ନ ପୂଜା କମିଟି ଏବଂ କ୍ରୀଡା କମିଟି କୁ ଆର୍ଥିକ ସହାୟତା ଏବଂ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ଆସୁଛନ୍ତି।ଏଭଳି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ତଥା ଆର ସି ନିଉଜ୍ ବ୍ୟୁରୋ କୃତଜ୍ଞତା, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏଭଳି କାର୍ଯ୍ୟରେ ସହଯୋଗର ହାତ ବଢାଇ ସାମାଜ ସେବାରେ ସଂଘ ହଜେଇ ଦିଅନ୍ତୁ ବୋଲି କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

masiha

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର୍ – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଵହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା ଏବଂ ନୂତନ ଵହଳଦା ଏନଏସି ଘୋଷଣା ଦାବିରେ ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ

masiha

Leave a Comment

error: Content is protected !!