ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହରେ ଆଜି ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସାଂସଦ ଙ୍କ ପ୍ରତିନିଧି ଲକ୍ଷ୍ମକାନ୍ତ ବାଗ, ବ୍ଲକ ଉପାଧ୍ୟକ୍ଷା ଜୁଲି ମେହେର, ବିଡିଓ ସଦାଶିବ ନାୟକ , ଏଏଇ ସର୍ବେଶ୍ୱର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ଼, ପ୍ରଣବ ପ୍ରକାଶ ଭଏସାଲ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବ୍ଲକ ଅଞ୍ଚଳରେ ମନରେଗା ଦୁର୍ନୀତି, ରାଜ୍ୟ ବାହାର କୁ ଧାନ ଚୋରା ଚାଲାଣ, ସ୍କୁଲ ପୋଷାକ ରେ ଦୁର୍ନୀତି, ପାନୀୟ ଜଳ ସମସ୍ୟା,ବିଦ୍ୟୁତ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଜିଲ୍ଲା ବାହାର କୁ ବାଲି ଚୋରା ଚାଲାଣ, ଶିକ୍ଷା ସମ୍ପର୍କିତ ସମସ୍ୟା, କୃଷି ଉପରେ ବିଶେଷ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର ପରିଚାଳନା କରିଥିଲେ।ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରଥ ଯାତ୍ରା ପାଇଁ ଆଜି ପୁରୀ କୁ ଗଡ଼ିଲା ରଥଯାତ୍ରା ସ୍ପେଶାଲ ଟ୍ରେନ, ପତାକା ଦେଖାଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ

masiha

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

Leave a Comment

error: Content is protected !!