ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ

ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ

ଧର୍ମଗଡ:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୋ ଖତ ବିକ୍ରୟ କେନ୍ଦ୍ର, ଏକ ପାଣି ପମ୍ପ ଓ ଫଗିଙ୍ଗ ମେସିନ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ନଗରପାଳ ଅଶୋକ କୁମାର ମହାନ୍ତି, ଉପନଗରପାଳ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ।ହିସାବ ରକ୍ଷକ ହିମାଂଶୁ ଶେଖର ରଣା,ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ,ରବୀନ୍ଦ୍ର ନାଥ ପରିଡା,ଆଶିଷ କୁମାର ପଣ୍ଡା, ଯଶୋବନ୍ତ ମହାପାତ୍ର,ପରମେଶ୍ୱର ଚୌହାନ, ମନୋରଞ୍ଜନ ନାଗ , ଦୁଷ୍ମନ୍ତ ଧଙ୍ଗଡାମାଝୀ ସମେତ ସମସ୍ତ କାଉନସିଲର, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ଆଜି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୭ ଜଣ ନୂତନ ହିତାଧୀକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ସାତ ଟିକିଆ ହାତୀ ପଲ ଉପଦ୍ରବରେ ଦୁଇ ଅସହାୟ ପରିବାରଙ୍କ ଘର ଭାଙ୍ଗି ଚୂର୍ ମାର୍

masiha

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

Leave a Comment

error: Content is protected !!