ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଗଠନ 

ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଗଠନ 

ରାଉରକେଲା: ଆମେ ଓଡ଼ିଆ ରାଉରକେଲା ଶାଖାର ପରିଚାଳନା କମିଟି ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ କରାଗଲା ବୋଲି ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ସଭାପତି ଶମ୍ବୁନାଥ ପରିଡ଼ା, ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ ସମର ମୁଦାଲି ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଅସ୍ମିତା, ପରମ୍ପରା, ଭାଷା ସାହିତ୍ୟ ସଂସ୍କୃତି କୁ ଆଉ ପାଦେ ଆଗେଇ ନେବା ପାଇଁ ଏହି ଅନୁଷ୍ଠାନର ଲକ୍ଷ୍ୟ ବୋଲି କୁହାଯାଇଛି। ଏହି ଅବସରରେ ଅନୁଷ୍ଠାନର ସର୍ବଶ୍ରୀ ଡ ସମର ମୁଦାଲି, ଶମ୍ଭୁନାଥ ପରିଡ଼ା, ଅନିଲ କୁମାର ଦାଶ,ଡ ଅନ୍ତର୍ଜିତା ନାୟକ, ସୁବ୍ରତ ମଲ୍ଲିକ, ସତ୍ୟାନନ୍ଦ ବେହେରା,ବିଭୁ ନାୟକ,ଡ ରାମକୃଷ୍ଣ ବିଶ୍ବାଳ, ସରସ୍ଵତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆମେ ଓଡିଆର ପରିଚାଳନା କମିଟି ର ସଭ୍ୟ ମାନଙ୍କର ନାମ ଘୋଷଣା କରିଥିଲେ। ଏହି କମିଟିରେ ସର୍ବସମ୍ମତିକ୍ରମେ ମୁଖ୍ୟ ଉପଦେଷ୍ଟା ଭାବେ ପ୍ରଫେସର ଡ ସମର ମୁଦାଲି, ଉପଦେଷ୍ଟା ଭାବେ ଡ ସନାତନ ପ୍ରଧାନ,ଡ ଉମାକାନ୍ତ ପଣ୍ଡା, ଡ଼ା ଉତ୍ତମ ଚରଣ ଜେନା, ଶଶଧର ପାତ୍ର,ନିହାରିକା ବସ୍ତିଆ, ଚାନ୍ଦମଣୀ ବେହୁରା,ଆଲୋକ ରଞ୍ଜନ ମଲ୍ଲିକ ଓ ରାଜକିଶୋର ମିଶ୍ର ରହିଛନ୍ତି। ସଭାପତି ଭାବେ ଶମ୍ବୁନାଥ ପରିଡ଼ା ଉପସଭାପତି ଭାବେ ଅନିଲ କୁମାର ଦାଶ, ପ୍ରଦୀପ କୁମାର ନାୟକ, ଗଙ୍ଗାଧର ପୁହାଣ, ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ରାଉତ,ସହ ସାଧାରଣ ସମ୍ପାଦକ ଭାବେ ଡ ଅନ୍ତର୍ଜିତା ନାୟକ, ସଂଗଠନ ସମ୍ପାଦକ ସୁବ୍ରତ ମଲ୍ଲିକ, ଗଣମାଧ୍ୟମ ସମ୍ପାଦକ ସତ୍ୟାନନ୍ଦ ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ବିଜୟ କୁମାର ପାତ୍ର,ସହ ସମ୍ପାଦକ ଭାବେ ଝୀଲିମା ମହାନ୍ତି,ଦୀପକ ପଣ୍ଡା, ସଲିଲ ଦାସ, କୋଷାଧ୍ୟକ୍ଷ ଭାବେ ବିଭୁ ପ୍ରସାଦ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଭୋଳେଶ୍ବର ବେହେରା, ପଞ୍ଚାନନ ପାତ୍ର,ନିନାରାଣୀ ଜେନା,ଡ ପ୍ରଶାନ୍ତ କୁମାର ବେହେରା,ଡ ଦିପ୍ତୀ ରାୟ ନାୟକ,ବିକ୍ରମ ଆଚାର୍ଯ୍ୟ, ବିଜୟ କୁମାର ସାହୁ, ସଂଜୀବ କୁମାର ପ୍ରଧାନ ଙ୍କୁ ଚୟନ କରାଯାଇଛି। ସେହିପରି ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ପ୍ରଫୁଲ୍ଲ ସାମଲ,ମନୋରଞ୍ଜନ ଦାସ, ରାଧାମୋହନ ନାୟକ,ରବିନ୍ଦ୍ର ବେହୁରିଆ, ସୁବାସ ଚନ୍ଦ୍ର ପାତ୍ର, ରାମକୃଷ୍ଣ ତ୍ରିପାଠୀ, ବିଜୟ କୁମାର ବରାଳ, ସଂଜୀବ କୁମାର ମହାନ୍ତି, ପରମେଶ୍ବର ସାମଲ, ପ୍ରଫେସର ଡ ରାମକୃଷ୍ଣ ବିଶ୍ବାଳ, ପ୍ରଦୀପ କୁମାର ନାୟକ, ଗଙ୍ଗାଧର ନାୟକ,ଶରତ ଦାସ, କୁଞ୍ଜବିହାରୀ ରାଉତ,ବୈଦେହୀ ମାଝୀ, ପଦ୍ମିନୀ ବେହେରା, ସୈାଭାଗିନୀ ମୁଦାଲି, ଶର୍ମିଳା କବି ଶତପଥୀ, ସରସ୍ଵତୀ ପରିଡ଼ା ପ୍ରମୁଖ ରହିଛନ୍ତି। ପ୍ରାରମ୍ଭରେ ସଭାପତି ଶ୍ରୀ ପରିଡ଼ା ସ୍ବାଗତ ଭାଷଣ ଓ କର୍ମକର୍ତ୍ତାଙ୍କ ପରିଚୟ ପରେ ମୁଖ୍ୟ ଉପଦେଷ୍ଟା ଡ ମୁଦାଲି ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ, ସହ ସାଧାରଣ ସମ୍ପାଦକ ଡ ନାୟକ ଏହାକୁ ବ୍ୟାପକତା କରିବାରେ ସାମ୍ବାଦିକଙ୍କ ସାହାଯ୍ୟ ଲୋଡିଥିଲେ। ଶେଷରେ ଉପସଭାପତି ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧ

Sunil Chandra Nayak

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

Sunil Chandra Nayak

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

Leave a Comment

error: Content is protected !!