ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଅଦ୍ୟ ତା 21-11-2025 (ମସିହା ନିୟୁଜ )ରିଖ ଶୁକ୍ରବାର ଦିନ 10ଘଟିକା ସମୟରେ ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଯାଇଛି!ସଂଯୁକ୍ତ ଜାତି ସଂଘ ର ଖାଦ୍ୟ ଓ କୃଷି ସଙ୍ଘଠନ!ଅନ୍ତର୍ଜାତୀୟ ପ୍ରବାସ ସଙ୍ଘଠନ ଓ ସାନ୍ତା ମେମୋରିଆଲ ରିହାବିଲି ଟେନସନ ସେଣ୍ଟର, ଭୁବନେଶ୍ୱର ଙ୍କ ମିଳିତ ସହଯୋଗ ରେ ଜିଲ୍ଲା କୃଷି ଅଧିକାରୀଙ୍କ ସମିଳନୀ କକ୍ଷ ରେ ଜିଲ୍ଲା ସ୍ତରରୀୟ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି!ଏହି ସମିଳନୀ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିବିହନ ଅଧିକାରୀ, ପଂଚାୟତ ଅଧିକାରୀ ଏବଂ ତୃଣ ମୂଳ ସ୍ତରରେ କର୍ମୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ!କାର୍ଯ୍ୟକ୍ରମ କୁ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ମଳିକ ଉଦଘାଟନ କରିଥିଲେ!କାର୍ଯ୍ୟକ୍ରମ ରେ ଏସ ଏମ ଆରସୀ ର ପ୍ରକଳ୍ପ ଅଧିକାରୀ ପ୍ରଫେସର ସ୍ୱର୍ଣ ମୟୀ ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ଦେଇଥିଲା ବେଳେ!ପ୍ରକଳ୍ପ ର ଚାଇଲଡ଼ ଏକ୍ସପୋର୍ଟ ପ୍ରଣତି ମିଶ୍ର କାର୍ଯ୍ୟସୂଚୀ ସମ୍ପର୍କ ରେ କହିଥିଲେ!ଏଥିରେ ତାଲିମ ଦାତ୍ରୀ ବିଶାଖା ଭଞ୍ଜ, ସାମାଜିକ ଲିଙ୍ଗ, ଜଳବାୟୁ ପରିବର୍ତନ ଏବଂ ପ୍ରବାସ ସମ୍ପର୍କ ରେ ବିସ୍ତୁତ ଭାବରେ ବୁଝାଇ ଥିଲେ!କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନୟନ ଅଧିକାରୀ ରାଜନଗର ଶ୍ରୀଯୁକ୍ତ ଅନିରୁଦ୍ଧ ବେହେରା ବ୍ଲକ ସ୍ତର ରେ ରହିଥିବା ବିବିହନ ଉନୟନ ମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ!ଏବଂ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶିବ ପ୍ରସାଦ ବେହେରା ନିଜର ବକ୍ତବ୍ୟ ରଖିଥିଲେ!ଶ୍ରମ ବିଭାଗ, ଓସ୍ଡମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀ ମାନେ ବକ୍ତବ୍ୟ ରଖିଥିଲେ!କାର୍ଯ୍ୟକ୍ରମ କୁ ସଂଚାଳନ କରିବାରେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ସେବା ର ସମ୍ପାଦିକା ଅଳକା ସାହୁ, ଏଡ଼ ଏଟ ଆକ୍ସନ ତରଫରୁ ସସ୍ମିତା ଦାସ, ଆସିଷ୍ଟାଣ୍ଟ ଉଦ୍ୟାନ କୃଷି ଅଧିକାରୀ ଦେବାଶିଷ ଦତ, ଡ଼କ୍ଟର ପ୍ରଭାଞ୍ଜନ କବି,ଓସ୍ୱାନ ରୁ ଟେକ୍ନିକାଲ ଅଫିସର ଶିତିକାନ୍ତ ସାମନ୍ତରାୟ ସହ, ରାଜନଗର ର ସ୍ବେଛାସେବୀ ସମୀର କୁମାର ପ୍ରଧାନ ଯୋଗ ଦେଇ ତାଙ୍କର ସହ ଯୋଗ କରି ଥିଲେ!କାର୍ଯ୍ୟକ୍ରମ ଶେଷରେ ପ୍ରଣତି ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

ବାଘ ଆତଙ୍କ, ଗୃହ ପାଳିତ ପ୍ରାଣୀଙ୍କୁ ଆକ୍ରମଣ କରି ନିଜର ଆହାର ବନାଇଲା କଲରାପଥରିଆ ବାଘ

Sunil Chandra Nayak

ଜମି ପଟ୍ଟାରୁ ଜମି ଗାଏବ, ୪୫ ଡିସିମିଲ ରୁ ହେଇଗଲା ୫

masiha

Leave a Comment

error: Content is protected !!