ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଆସିକା, ୨୧/୧୧/୨୫ — ଧରାକୋଟ ବ୍ଲକର ବୈଠକ ଗୃହରେ ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ସଭାପତିତ୍ବରେ ସାଂସଦ କ୍ରୀଡା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ବି ଡି ଓ ସୁଶିଲ ପଟନାୟକ ଏହି କ୍ରୀଡାର ଆୟୋଜନ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଆସନ୍ତା 25 ତାରିଖ ମଙ୍ଗଳ ବାର ଠାରୁ ଧରାକୋଟ ମିନି ଷ୍ଟାଡିୟମରେ ଏହି କ୍ରୀଡା ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବ । ଏଥିରେ 12 ବର୍ଷରୁ 16 ବର୍ଷ ଏବଂ 17 ବର୍ଷରୁ 24 ବର୍ଷର ଯୁବକ ମାନେ ଅଂଶ ଗ୍ରହଣ କରିବେ । ଏଥିପାଇଁ ଅନ ଲାଇନ ଓ ଅଫ ଲାଇନ ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମହୋଛବ ରେ 9 ଗୋଟି ପ୍ରକାରର ଖେଳରେ ଉଭୟ ଜୁନିଅର ଓ ସିନିଅର ପିଲାମାନେ ଅଂଶ ଗ୍ରହଣ କରିବେ। ବୈଠକରେ କ୍ରୀଡା ଶିକ୍ଷକ ପାଣ୍ଡବ ସ୍ୱାଇଁ, ଭାଗିରଥି ବେହେରା, ମଙ୍ଗୁଳୁ ଜେନା,ଅନିଲ ନାୟକ, ବିଶ୍ଵ ଜୀବନ ସାହୁ, ହର୍ଷ ବିଷୋୟୀ,ଶିବରାମ ପାଣିଗ୍ରାହୀ, ସଞ୍ଜୟ ଏକ୍କା, ହରିଶଙ୍କର ପତି ଙ୍କ ସମେତ ସଂଖ୍ୟାଧିକ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିଲେ। ସାମାଜିକ ସୁରକ୍ଷା ବିଭାଗର ବାବୁ ବେହେରା ଓ ଦୀପକ ବେହେରା ଏହାର ପରିଚାଳନା କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

masiha

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”

masiha

ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାନ ଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!