ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ 

ନବରଙ୍ଗପୁର:( ତା ୨୨.୧୧.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ଵାରା ଆୟୋଜିତ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୯.୦୦ ଘ ସମୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ସ୍ମୃତି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପୂଜ୍ୟପୂଜା କରିଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥି ଅଧ୍ୟକ୍ଷ,ପୌରପାଳିକା କୁନୁ ନାୟକ, ମୁଖ୍ୟବକ୍ତା ଶିକ୍ଷାବିତ୍ ତଥା ସଭାପତି,ଉତ୍କଳ ପରିଷଦ ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ରୂପେ ଓକିଲ ସଂଘ ସଭାପତି ସିରାଜ ଅହମ୍ମଦ,ନିର୍ବାହୀ ଅଧିକାରୀ ପୌରପାଳିକା ଅଶୋକ କୁମାର କର୍ଣ୍ଣ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ସଂଗ୍ରାମ ଉପରେ ସମ୍ୟକ୍ ସୁଚନା ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ସଭା ପରିଚାଳନା କରିଥିଲେ। ସ୍ମୃତିସଭାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ସହିଦ ଲକ୍ଷ୍ମଣ ନାୟକଙ୍କଜୀବନୀ,ସ୍ଵାଧୀନତା ସଂଗ୍ରାମରେ ନେତୃତ୍ୱ,ସାହସିକତା, ଜାତିପ୍ରିତି ,ଦେଶପ୍ରେମ, ନିର୍ଭୀକତା କୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ କରିଥିଲେ। ଗତ ୨୧.୧୧.୨୦୨୪ ତାରିଖରେ ସହିଦ ଲକ୍ଷଣ ନାୟକଙ୍କ ଜୀବନୀ ସଂପର୍କିତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତର ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ପଣ୍ଡା, ସଙ୍ଗୀତା ତ୍ରିପାଠୀ, ମନୋରମା ମାଝୀ, ବି ଇ ଓ ଶ୍ରୀକାନ୍ତ ଜାନି, ଏ ବି ଇ ଓ ଜଗବନ୍ଧୁ ସଉରା,ସି ଆର ସି ସି ଶୁଭେନ୍ଦୁ ପଣ୍ଡା, ସି ଆର୍ ସି ସି ମନସ୍ଵିନୀ ପଣ୍ଡା,ସହରର ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଦିଲ୍ଲୀପ ମଲ୍ଲିକ,ବନମାଳୀ ଗୋଛି, ନୀଳାମ୍ବର ନାୟକ,ବିଘ୍ନରାଜ ମାଝୀ ଓ ସୁବ୍ରତ ବିଷୋୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଫଳକ ଖଣିବାସୀଙ୍କ କାମରେ କେବେ ଆସିବ ? ବାମେବାରୀ ଠାରୁ ପଳାସ୍ପଙ୍ଗା ରାସ୍ତା କାର୍ଯ୍ୟରେ ବାଧକ କିଏ,ଅନୁମୋଦନ ଅଛି,ହେଲେ କାର୍ଯ୍ୟ ଆରମ୍ଭ ନାହିଁ

masiha

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

masiha

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

Sunil Chandra Nayak

Leave a Comment

error: Content is protected !!