ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର

ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ରାୟଗଡ, ୨୧/୧୧: ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ପରାମର୍ଶଦାତା କମିଟି ପିସି ପି ଏନ ଡିଟି ର ତୃତୀୟ ବୈଠକ। ଏହି ବୈଠକ ରେ ଜିଲ୍ଲା ରେ ଥିବା ସମସ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବା ସହ ବେଆଇନ କ୍ଲିନିକ୍ ଗୁଡ଼ିକୁ ଉପରେ ଚଢ଼ାଉ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।  

ଏହା ସହିତ ଲିଙ୍ଗ ନିରୂପଣ ନିଷେଧ ଆଇନ ଓ ଇନଫର୍ମର ଇନସେନଟିଭ ସ୍କିମ ର ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ବ ଦିଆ ଯାଇଛି। ଏହି ଇନଫର୍ମର ଇନସେନଟିଭ ସ୍କିମ ରେ ଯଦି କେହି ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରାସାଉଣ୍ଡ କେନ୍ଦ୍ର, ଡାକ୍ତରଖାନା କିମ୍ବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିଷୟରେ ସୂଚନା ପ୍ରଦାନ କରନ୍ତି, ତେବେ ସୂଚନାକାରୀ ଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ ର ବ୍ୟବସ୍ଥା ରହିଛି। ଏଥିରେ ସୂଚନା ଦାତା ଙ୍କ ନାମ ଗୋପନ ରହିବ। ଏହି ଯୋଜନାର ବ୍ୟାପକ ପ୍ରସାର ପ୍ରଚାର ହେଲେ ଅଧିକ ରୁ ଅଧିକ ସୂଚନା ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ହଜାରେ ପୁଅ ରେ ଅଛନ୍ତି ୯୫୬ କନ୍ୟା ରାଜ୍ୟ ତୁଳନା ରେ ଜିଲ୍ଲାର ଜିଲ୍ଲାର ସ୍ଥିତି ଭଲ ରହିଥିଲେ ମଧ୍ୟ ଗୁଣୁପୁର , ରାୟଗଡ଼ା ଓ ରାମନଗୁଡ଼ା ଭଳି ବ୍ଲକ ଗୁଡିକରେ ପୁଅଙ୍କ ତୁଳନା ରେ ଝିଅଙ୍କ ସଂଖ୍ୟା କମ ରହିଛି। ତେବେ ଏହି ସବୁ ବ୍ଲକ ସମେତ ଅନ୍ୟାନ୍ୟ ସମସ୍ତ ବ୍ଲକ୍ ଗୁଡିକରେ କିଭଳି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ବଢ଼ି ପାରିବ ସେଥିପାଇଁ ଦୃଷ୍ଟି ଦେବାକୁ ଏହି ବୈଠକ ରେ ନିଷ୍ପତି ହୋଇଛି। ବର୍ତ୍ତମାନ ଏକକ ସନ୍ତାନକୁ ଅଧିକାଂଶ ଦମ୍ପତି ଗୁରୁତ୍ବ ଦେଉଛନ୍ତି, ଅଧିକାଂଶ ଦମ୍ପତି ଏକମାତ୍ର ସନ୍ତାନ କ୍ଷେତ୍ରରେ ପୁଅଟିଏ ହିଁ ଚାହୁଁଛନ୍ତି । ପୁରଷ ପ୍ରଧାନ ବ୍ୟବସ୍ଥା ଆଜି ବି ବଳବତ୍ତର ଥିବାରୁ ଝିଅମାନଙ୍କୁ ପୂର୍ବଭଳି ଅବହେଳା କରାଯାଉଛି । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଜନସଚେତନତା ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି। ଏହି ବୈଠକ ରେ ସିଡିଏମ୍‌ଓ ଡାକ୍ତର ଭି. ସରୋଜିନୀ ଦେବୀ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ( ପରିବାର କଲ୍ୟାଣ) ଡାକ୍ତର କିଶୋର କୁମାର ବରାଇ, ଡାକ୍ତର ସଂଜ୍ଞା ଦାସ, ଡାକ୍ତର ହିମାଂଶୁ ଶେଖର ଦାସ, ଆଇନଜୀବୀ ତଥା ସମାଜସେବୀ ଶ୍ରୀମତି ପ୍ରଣତି ପାତ୍ର , ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

ଲାଞ୍ଜିଗଡ ପ୍ରଶାସନଙ୍କ ପୋଷ୍ୟ ଗାଁ ଫୁଲଡୁମେରରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ

Sunil Chandra Nayak

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

Leave a Comment

error: Content is protected !!