ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଧର୍ମଗଡ ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଧର୍ମଗଡ଼:ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଶିଶୁ ଦିବସ ପାଳନ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୩୬ ଜଣ ସପ୍ତମ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଭାଗନେଇଥିବା ଶିଶୁ ମାନଙ୍କ ଦ୍ୱାରା ଅଙ୍କା ଯାଇଥିବା ଚିତ୍ରାଙ୍କନ ସବୁକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି କୁ ପଠାଯିବ ଏବଂ ଜିଲ୍ଲା ସ୍ତରୀୟ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ବିବେଚିତ ଛାତ୍ର ଛାତ୍ରୀଙ୍କୁ ଆସନ୍ତା ୩୦ ତାରିଖ ଦିନ ପୁରସ୍କୃତ କରାଯିବ କୋର୍ଟ ପକ୍ଷରୁ ସୂଚନା ମିଳିଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ଧିରେନ୍ଦ୍ର ନାଥ ପାତ୍ର, ବରିଷ୍ଠ ଓକିଲ ତଥା ସଦସ୍ୟା ତାଳୁକ ଆଇନ ସେବା ସମିତି ଶ୍ରୀମତୀ ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଂଚାଳିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

Sunil Chandra Nayak

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ରାଇରଙ୍ଗପୁର ତହସିଲ ପକ୍ଷରୁ ବାବା ପୂର୍ଣେଶ୍ଵର ମନ୍ଦିର ପରିବେଶ ସଫେଇ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!