ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବଡ଼ବିଲ ରେ ସଂକୁଳ ଶିଶୁ ମେଳା ଉତ୍ସାହମୟ ପରିବେଶରେ ଆୟୋଜିତ

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବଡ଼ବିଲ ରେ ସଂକୁଳ ଶିଶୁ ମେଳା ଉତ୍ସାହମୟ ପରିବେଶରେ ଆୟୋଜିତ

ବଡ଼ବିଲ – ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବଡ଼ବିଲ ଠାରେ ଆଜି ବଡ଼ବିଲ ସଂକୁଳ ଅଧୀନସ୍ଥ ୬ଟି ବିଦ୍ୟାଳୟ — ଯୋଡା, ବିଲେଇପଦା, ଭଦ୍ରାସାହି, ବଲାଣୀ ଓ କାଟେସାହିର ଆଧାରସ୍ତର ଶିଶୁମାନଙ୍କର ସଂକୁଳ ଶିଶୁ ମେଳା ଉଲ୍ଲାସପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତୀ ଶଶୀରେଖା ମହାପାତ୍ର ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେଇ ସଭାସଦଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶିଶୁ ମେଳାରେ ଶିକ୍ଷାମୂଳକ ଓ ଜୀବନମୁଖୀ ବିଭିନ୍ନ ଗୁଡ଼ିକ ବ୍ୟବସ୍ଥା ରହିଥିଲା। ଶିଶୁମାନେ କିଣାବିକା, ବିଭିନ୍ନ ବୃତ୍ତି, ଡାକ୍ତରଖାନା, ପୋଷ୍ଟ ଅଫିସ୍, ଟ୍ରାଫିକ ନିୟନ୍ତ୍ରଣ ଆଦିର ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସହିତେ ସାସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଶ୍ନମଞ୍ଚ ମଧ୍ୟ ଆଜିର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।

ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡୟୀ ଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ମୋଟ ୨୦୫ ଜଣ ଶିଶୁ ଏଠାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ଅନ୍ତର୍ଲିନ୍ କାର୍ଯ୍ୟଯୋଗ ଓ ପ୍ରୟାସରେ ଆଜିର ଶିଶୁ ମେଳା ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ହୋଇପାରିଲା। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ

masiha

ଓଡ଼ିଶା ମାଧ୍ୟମିକ ପରିଷଦ ପରୀକ୍ଷା ର ବ୍ଲକ ଟପ୍ପର ସ୍ନେହାସିନୀ ଭୋଇଙ୍କୁ ବିଜୁ ଜନତା ଦଳର ସମ୍ବର୍ଦ୍ଧନା

Leave a Comment

error: Content is protected !!