ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ ରେ….

ରାଉରକେଲା: ଶିଳ୍ପପତି ଡି.ଆର. ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଡିସେମ୍ବର ୭ ତାରିଖରେ ସେକ୍ଟର ୭ ସ୍ଥିତ ରାଇମା କ୍ଲବରେ ଓରିଜିନାଲ୍ ପାୱାର କ୍ଲବ ଦ୍ୱାରା ଓପନ୍ ସୁନ୍ଦରଗଡ଼ ଡେଡଲିଫ୍ଟ ଚାମ୍ପିଅନସିପ୍ ଆୟୋଜନ କରାଯାଉଅଛି । ରାଇମା କ୍ଲବ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଆଜି ରାଇମା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର  ଓପି ସିଂହ, ବାସୁ ବାନାର୍ଜୀ, କୃଷ୍ଣ ସାହୁ, ମନୀଷ ତିୱାରୀ, ହରିଶଙ୍କର ସାହ, ରବିନ୍ଦ୍ର ଗଡା ଏବଂ ପ୍ରଦୁମ୍ନା ପ୍ରମୁଖ ଏହି ସୂଚନା ଦେଇଥିଲେ । ଏହି ଅବସରରେ ଓପି ସିଂହ କହିଛନ୍ତି ଯେ ସମାଜସେବୀ ସୁରେଶ ଶର୍ମା ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରୁଥିବା ବେଳେ ଏହି ପ୍ରତିଯୋଗିତାରେ ପ୍ରାୟ ୧୫୦ ଜଣ ପିଲା ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। କେବଳ ପଞ୍ଜିକୃତ ସଂଗଠନର ପିଲାମାନେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ବୋଲି ସୂଚନା ପ୍ରଦାନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ

Sunil Chandra Nayak

ଉମରକୋଟ ଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଧାନ ମଣ୍ଡି

masiha

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!