ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

ଆମେ ଓଡ଼ିଆ

ବେଣୁଧର ସୂତାର

 

ଓଡ଼ିଶା ଆମ ଜନମ ଭୂଇଁ

ଏମିତି ମାଆ ମରତେ ନାହିଁ

ପରିଚୟ ଆମ ଓଡିଆ

କେଡ଼େ ସୁନ୍ଦର ଭାଷା ଆମର

ଚାରୁ ଲଳିତ ସୁର ଝଙ୍କାର

ଛନ୍ଦ ସୁଧା ଯାର ବଢିଆ 

ଓଡ଼ିଆ, ଆମେ ଓଡିଆ ।।

 

ଆମରି ଭାଷା ଆମ ସଂସ୍କୃତି

ଆମରି ଇତିହାସ

ମାତୃଭୂମି ର ମମତା ତୋଳେ

ଆମ ମୁଖରେ ହସ

ସୁନ୍ଦର କ୍ଷେତ ଶ୍ୟାମ ବନାନୀ

ସବୁଜ ଘାସ ପଡିଆ

ଓଡ଼ିଆ, ଆମେ ଓଡ଼ିଆ ।।

 

କଳା ଭାସ୍କର୍ଯ୍ୟ ଶିଳ୍ପ ଐଶ୍ୱର୍ଯ୍ୟ

ଶିକ୍ଷା ରେ ଆମେ ଆଗୁଆ

ଏଜାତି ପ୍ରୀତି ଶାନ୍ତି ମଇତ୍ରୀ

ଦେଶ ସେବାରେ ଜାଗୁଆ

ଆମ ଠାକୁର ନୀଳାଦ୍ରୀଶ୍ୱର  

ବାଣ୍ଟେ କୈବଲ୍ୟ କୁଡୁଆ

ଓଡିଆ, ଆମେ ଓଡ଼ିଆ ।।

 

କେଡ଼େ ମଧୁର ତା ବକ୍ଷ ଧାର

ମମତା ମଧୁ ଝର

ପ୍ରତି ଓଡ଼ିଆ ପ୍ରାଣ ସ୍ପନ୍ଦନ

ଜୀବନ ସୁଧା ଧାର

ସ୍ୱାଧୀନ ଆମେ ସରଳ ଆମେ

ସ୍ବାଭିମାନୀ ପାଠ ପଢୁଆ 

ଓଡ଼ିଆ, ଆମେ ଓଡ଼ିଆ ।।

 

ସାମ୍ୟ ମଇତ୍ରୀ ଏକଦା ଆମ

ଜୀବନ ମୂଳମନ୍ତ୍ର 

ଅହିଂସା ଆମ ପରମ ଧର୍ମ

ଶାସନ ଗଣତନ୍ତ୍ର

ଚିନ୍ତା ଚେତନା ଭକ୍ତି ଭାବନା

ବିଶ୍ବରେ ଆଗ ଧାଡିଆ

ଓଡ଼ିଆ, ଆମେ ଓଡ଼ିଆ ।।

 

ଯା ପୁଣ୍ୟ ମାଟି ପାଣି ପବନ

ସ୍ୱର୍ଗଠୁଁ ଗରିୟାନ

ଜଗତନାଥ ଧାମ ଆମର

ମରତେ ମହୀୟାନ

ଆମ ଅତୀତ ଐତିହ୍ୟ କହେ

ଓଡ଼ିଆ ବୀର ଲଢ଼ୁଆ 

ଓଡ଼ିଆ, ଆମେ ଓଡ଼ିଆ ।।

କେଶଦୁରାପାଳ କେନ୍ଦୁଝର

 

Related posts

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

ଜୟ କୁମାରମିଶ୍ର ଙ୍କ କବିତା ବିଛୁଆତି କେବେ, ହୁଏନା ତୁଳସୀ 

Sunil Chandra Nayak

କେସିଙ୍ଗାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!