ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ , ଧର୍ମଗଡ ଏକାଦଶ କୁ ହରାଇ ଡହଗାଁ ଏକାଦଶ ଚମ୍ପିୟାନ

ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ , ଧର୍ମଗଡ ଏକାଦଶ କୁ ହରାଇ ଡହଗାଁ ଏକାଦଶ ଚମ୍ପିୟାନ

ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମ ଠାରେ ମହାଦେବ କ୍ଲବ ଆନୁକୁଲ୍ୟରେ ପୂର୍ବତନ ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ବାସୁଦେବ ସାହୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଅଷ୍ଟ ଦିବସୀୟ ଫୁଟବଲ୍ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଧର୍ମଗଡ ଏକାଦଶ କୁ ୨/୧ ଗୋଲରେ ପରାସ୍ତ କରି ଡହଗାଁ ଏକାଦଶ ଚମ୍ପିୟାନ ହୋଇଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ତଥା ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ,ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ଭଇଁସାଲ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ତରାପୁର ହାଇସ୍କୁଲ ର ବହୁବିଧ ଉନ୍ନତି ପାଇଁ ୧୦ ଲକ୍ଷ ଅନୁଦାନ ଦେବା ପାଇଁ ଘୋଷଣା କରିଥଲେ।

ବରିଷ୍ଠ ଆଇନଜୀବି ଥବିର ପ୍ରସାଦ ସାହୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହରିପଦ ଜେନା ଧନ୍ୟବାଦ୍ ପ୍ରଦାନ କରିଥିଲେ।ବାବୁଲାଲ ଶବର ସମଗ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।

ସର୍ବଶ୍ରୀ ମର୍ଦ ସରାଫ, ଗୋବିନ୍ଦ ଲହଜଲ, ପୁର୍ବତନ ସରପଞ୍ଚ କମଲ ଚଲାନ, ଶତ୍ରୁଘ୍ନ ଲହଜଲ, ଲକ୍ଷ୍ମୀ ବିଶି, ବିଦ୍ୟା ଶବର, ଦଶରଥ ପଣ୍ଡା,ଇନ୍ଦ୍ରମଣି ସାହୁ, ଅଶ୍ଵିନ ସାହୁ, ପୁଳସ୍ତ ମାଝୀ, ରୁଦ୍ର ଚଲାନ, ବୀଣା ପଟେଲ, ବାବୁ ଲାଲ ଶବର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଯୁବ ସମାଜସେବୀ ତଥା ସରପଞ୍ଚ ପ୍ରତିନିଧି ସଂଜୀବ କୁମାର ସାହୁ ସମଗ୍ର କାର୍ଯକ୍ରମ ପରିଚାଳନା କରିଥଲେ। ତାପସ ଦାସ ଓ ସଂଜୀବ ଦୁର୍ଗା ଖେଳ ପରି ଚାଳନା କରିଥିବା ବେଳେ ଆୟୋଜନ କମିଟି ର ସଭାପତି ସୁନୀଲ ନାଏକ,ସଂପାଦକ ନରେନ୍ଦ୍ର ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ୧୬ ଗୋଟି ଦଳ ଭାଗ ନେଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ 

Sunil Chandra Nayak

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ବାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!