ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

ରାଉରକେଲା: ସଚେତନ ନାଗରିକ ମଞ୍ଚ ରାଉରକେଲାର ସଭାପତି, ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବରିଷ୍ଠ କର୍ମକର୍ତ୍ତା,ନିଟ୍ରା ରାଉରକେଲା ଚାପ୍ଟର ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ମାତୃ ବିୟୋଗ ଘଟିଛି। ସୂଚନାଯୋଗ୍ୟ ଯେ ଶ୍ରୀ ବିଶିଷ୍ଟ ମା ସ୍ବର୍ଗତା ଶୈଳେନ୍ଦ୍ରୀ ବିଶି (୮୫) କ୍ୟାନ୍ସରରେ ପୀଡ଼ିତ ଥିଲେ। ସେ ବାସନ୍ତୀ କଲୋନୀ ସ୍ଥିତ ଏଏମ୍ ୧୬ ରେ ଅବସ୍ଥାନ କରୁଥିଲେ। ତେବେ ଗତକାଲି ମଧ୍ୟାହ୍ନରେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲ ନିଆ ଯାଉଥିଲା। ମାତ୍ର ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ସ୍ବର୍ଗତା ବିଶି ଙ୍କ ସ୍ବାମୀ ପ୍ରାକ୍ତନ ଆର୍ମି ସ୍ବର୍ଗତ ମହେନ୍ଦ୍ର ପ୍ରସାଦ ବିଶିଙ୍କ ଧର୍ମପତ୍ନୀ ଥିଲେ। ସ୍ବର୍ଗତା ବିଶି ଜଣେ ଧର୍ମପରାୟଣା , ସମାଜସେବୀ ତଥା ବଡ଼ଗାଁ ଠାରେ ପାଳନ ହେଉଥିବା ୧୦୦ତମ ରାମନବମୀ ଉତ୍ସବର ମୁଖ୍ୟ ପୁରୋଧା ଥିଲେ। ସ୍ବର୍ଗତା ବିଶିଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ଇଂ ବିମଳ କୁମାର ବିଶି, ପ୍ରଦୀପ ବିଶି,ଦୀପକ ବିଶି, କନ୍ୟା ଗୀତା ବିଶି, ଜାମାତା ତୁସଲୀ ପୁରୋହିତ, ତିନି ବୋହୁ ସରିତା, ଅନୁରାଧା,ଅଂଶୁପା ଓ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କର ଆଜି ବେଦବ୍ୟାସ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ପ୍ରକାଶ କରାଯାଇଛି। ସ୍ବର୍ଗତା ବିଶି ଙ୍କ ବିୟୋଗରେ ସହର, ରାଜ୍ୟ ତଥା ଆମେରିକାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକ ପ୍ରକାଶ କରାଯିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ପାଦକ ପି ପି ରାୟ, ବରିଷ୍ଠ କର୍ମକର୍ତ୍ତା ଜଗବନ୍ଧୁ ଜେନା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଚନ୍ଦ୍ରଶେଖର ଶତପଥୀ, ଚିତ୍ତରଞ୍ଜନ ଦାସ,ଅଭୟ କୁମାର ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେରଳର ପ୍ରାକ୍ତନ ଡିଜିପି ସଞ୍ଜିବ ପାଟ୍ଟଜୋଶୀ, ଆରଏସପିର ଡିଆଇସି ଆଲୋକ ବର୍ମା, ପ୍ରାକ୍ତନ ଡିଆଇସି ଅତନୁ ଭୈ।ମିକ,ନିର୍ବାହୀ ନିର୍ଦ୍ଦେଶକ ସର୍ବଶ୍ରୀ ବିଶ୍ବରଂଜନ ପଲାଇ,ତରୁଣ ମିଶ୍ର,ନିଟ୍ରା ତରଫରୁ ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ପ୍ରଫେସର ହୃଷିକେଶ ନାୟକ,ସୂରୁପ ପାଣିଗ୍ରାହୀ, ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ହିମାଂଶୁ ଦାସ,ଅଜିତ ପୂଜାରୀ,ରାମ ନାୟକ, ଡ଼ଃ ସନାତନ ପ୍ରଧାନ, ଉପାଧ୍ୟାୟ ପାଣିଗ୍ରାହୀ,ଏସ କେ ପାଢ଼ୀ,କେ ସୁନ୍ୟାନୀ, ଦିଲ୍ଲିପ ପୁରୋହିତ, ରଞ୍ଜନ ପଟେଲ, ପ୍ରାକ୍ତନ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି,ୟୁପି ର ପ୍ରାକ୍ତନ ପୋଲିସ ମହାନିର୍ଦ୍ଦେଶକ ସତ୍ୟ ସାବତ, ସୁଧୀର ବିଶି, ଶାନ୍ତନୁ କୁମାର ପରିଜା,ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା ଓ ତଥା ବହୁ ଅନୁଷ୍ଠାନର କର୍ମକର୍ତ୍ତା ,ସଭ୍ୟ ମାନେ ଶୋକ ପ୍ରକାଶ ସହ ଆତ୍ମାର ସଦଗତି କାମନା କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

masiha

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ , “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର “

masiha

Leave a Comment

error: Content is protected !!