ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା କାମ ନେଇ ସମିତି ବୈଠକରେ ଆଲୋଚନା, ସରକାରୀ କାମରେ ବ୍ୟାଘାତକୁ ତୀବ୍ର ନିନ୍ଦା କଲେ ନିର୍ବାଚିତ ଜନ ପ୍ରତିନିଧି

ମନରେଗା ଯୋଜନା କାମ ନେଇ ସମିତି ବୈଠକରେ ଆଲୋଚନା, ସରକାରୀ କାମରେ ବ୍ୟାଘାତକୁ ତୀବ୍ର ନିନ୍ଦା କଲେ ନିର୍ବାଚିତ ଜନ ପ୍ରତିନିଧି

କଲମପୁର -୨୫/୧୧  କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଆଜି ସୁନ୍ଦର ବାତାବରଣରେ ଅନୁଷ୍ଠିତ ହୋଇ ଯାଇଛି, ବିଡ଼ିଓ ବିଜୟ ମାଣ୍ଡାଙ୍ଗିଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଞ୍ଚଳର ସମସ୍ତ ସମିତି ସଦସ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ, ଆଲୋଚନାରେ କୃଷି ପାନୀୟ ଜଳ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ବିଭାଗୀୟ ଅଧିକାରୀ, ଏହି ବୈଠକ ଜ୍ୟୋତି ନାଏକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ନେବାର ଦିତୀୟ ବୈଠକ, ଏଥିରେ ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ ଲାଗିପଡି ସହଯୋଗ କରିଥିଲେ, ଏଥିରେ ବିଭାଗୀୟ ବାହାରୁ ଦୁଇଟି ବିଷୟ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା , କେତେକ ଖଳ ପ୍ରକୃତିର ଲୋକେ ପଞ୍ଚାୟତରୁ ପଞ୍ଚାୟତ ବୁଲି ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଛନ୍ତି, ଏପରିକି ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର ଦେବାକୁ ପଛାଉ ନାହାନ୍ତି, ଏଥିପାଇଁ ସରକାରୀ କାମରେ ପ୍ରତିକୂଳ ପ୍ରଭାବ ପଡୁଛି, ଏମିତିକି ଦୈନିକ ଫୋନ ଆସୁଛି, ଧମକପୂର୍ଣ୍ଣ ଫୋନ ବି ଆସୁଛି, ଫଳରେ କାମ କରିବାକୁ ଆଗ୍ରହ ଥିଲେ ବି କାମ କରି ହେଉ ନାହିଁ, ଏହାକୁ ରୋକିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ନିର୍ବାଚିତ ଜନ ପ୍ରତିନିଧି ମହଳରେ ମତ ପ୍ରକାଶ ପାଇଥିଲା ,ଅନ୍ୟଏକ ଅଭିଯୋଗ କ୍ରମେ କଲମପୁର ବ୍ଲକ ସରପଞ୍ଚ ସଂଘ ସଭାପତି ଭାବେ ବଡକୁଟୃ ସରପଞ୍ଚ ଇସ୍ତଫା ପ୍ରଦାନ କରିଛନ୍ତି, ଏହି ଦୁଇ ଘଟଣାକୁ ଛାଡିଦେଲେ ବାକିସବୁ ପରିସ୍ଥିତି ସ୍ବାଭାବିକ ଥିଲା।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

masiha

ହାରାମାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ତଦନ୍ତ କଲେ ତିନି ଜଣିଆ ବିଭାଗୀୟ କମିଟି ।କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!