ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

କାମାକ୍ଷାନଗର (ମନିସ)26/11/25 — ଶିକ୍ଷକଙ୍କଠୁ ଲୁଟିନେଲେ ୯୦ ହଜାର ଟଙ୍କା କଙ୍କଡ଼ାହାଡ଼- କଙ୍କଡାହାଡ଼ ଥାନା ଅଧିନରେ ଥିବା କଣ୍ଟାପାଳ ଚାରି ନମ୍ବର କଲୋନୀ ଗ୍ରାମର ଜଣେ ଶିକ୍ଷକଙ୍କ ଠାରୁ ୯୦ ହଜାର ଟଙ୍କା ଲୋଟିନେଲା ସାଇବର ଠକ ।ଭୁଲରେ ଆପଣଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ପଠାଇଛି ।ମୋବାଇଲ ମେସେଜ ଯାଇଛି ଦେଖନ୍ତୁ ।ଦୟାକରି ମୋ ଟଙ୍କା ମୋତେ ଫେରାଇ ଦିଅନ୍ତୁ ।ଜଣେ ବ୍ୟକ୍ତି କାନ୍ଦି କାନ୍ଦି କାକୁତି ମିନତୀ ହୋଇ ଫୋନ କରି ନିବେଦନ କରିଥିଲା ।ଶିକ୍ଷକ ଜଣଙ୍କ ଆକାଉଣ୍ଟ ଯାଞ୍ଚ ନକରି ୫ ଥରରେ ୯୦ ହଜାର ଟଙ୍କା ପଠାଇ ଦେଇ ଠକାମୀର ଶିକାର ହୋଇଥିଲେ ।ସୂଚନା ଅନୁସାରେ କଣ୍ଟାପାଳ କଲୋନୀ-୪ ର ଆର କେ ଦଳେଇଙ୍କ ଫୋନ କୁ ଏକ ଅଜଣା ନମ୍ବରରେ ଫୋନ ଆସିଥିଲା ।ହିନ୍ଦୀରେ କଥାବାର୍ତ୍ତା ହେଉଥିଲା ଯୁବକ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ଭୁଲରେ ତୁମ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଳାଇଥିବା କହିଥିଲା ।ଶିକ୍ଷକ ଜଣକ ଠକ କଥାକୁ ବିଶ୍ୱାସ କରି ୯୦ ହଜାର ଟଙ୍କା ପଠାଇ ଦେଇଥିଲେ ।ଯେତେବେଳେ ବାଲାନ୍ସ ଚେକ କଲେ ଦେଖିବାକୁ ପାଇଲେ ଆକାଉଣ୍ଟ ଖାଲି ହୋଇ ଯାଇଛି ।ମିଛ ମେସେଜ ଦେଖି ଠକି ଯାଇଥିବା ଜାଣିବାକୁ ପାଇଲେ ।ତୁରନ୍ତ ଶ୍ରୀ ଦଳେଇ ସାଇବର ହେଲ୍ପ ନମ୍ବର ୧୯୩୦ ରେ ଫୋନ କରି ଅଭିଯୋଗ କରିଥିଲେ ।ତୁରନ୍ତ ଠକର ବ୍ୟାଙ୍କ ଏକାଉଣ୍ଟକୁ ବ୍ଲକ କରାଯାଇଥିଲା ।ମାତ୍ର ସେତେବେଳେକୁ ଠକ ୪୦ ହଜାର ଟଙ୍କା ଉଠାଇ ସାରିଥିଲା ।ଶ୍ରୀ ଦଳେଇ ଏ ସମ୍ପର୍କରେ କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!