ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

କାମାକ୍ଷାନଗର (ମନିସ)26/11/25 — ଶିକ୍ଷକଙ୍କଠୁ ଲୁଟିନେଲେ ୯୦ ହଜାର ଟଙ୍କା କଙ୍କଡ଼ାହାଡ଼- କଙ୍କଡାହାଡ଼ ଥାନା ଅଧିନରେ ଥିବା କଣ୍ଟାପାଳ ଚାରି ନମ୍ବର କଲୋନୀ ଗ୍ରାମର ଜଣେ ଶିକ୍ଷକଙ୍କ ଠାରୁ ୯୦ ହଜାର ଟଙ୍କା ଲୋଟିନେଲା ସାଇବର ଠକ ।ଭୁଲରେ ଆପଣଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ପଠାଇଛି ।ମୋବାଇଲ ମେସେଜ ଯାଇଛି ଦେଖନ୍ତୁ ।ଦୟାକରି ମୋ ଟଙ୍କା ମୋତେ ଫେରାଇ ଦିଅନ୍ତୁ ।ଜଣେ ବ୍ୟକ୍ତି କାନ୍ଦି କାନ୍ଦି କାକୁତି ମିନତୀ ହୋଇ ଫୋନ କରି ନିବେଦନ କରିଥିଲା ।ଶିକ୍ଷକ ଜଣଙ୍କ ଆକାଉଣ୍ଟ ଯାଞ୍ଚ ନକରି ୫ ଥରରେ ୯୦ ହଜାର ଟଙ୍କା ପଠାଇ ଦେଇ ଠକାମୀର ଶିକାର ହୋଇଥିଲେ ।ସୂଚନା ଅନୁସାରେ କଣ୍ଟାପାଳ କଲୋନୀ-୪ ର ଆର କେ ଦଳେଇଙ୍କ ଫୋନ କୁ ଏକ ଅଜଣା ନମ୍ବରରେ ଫୋନ ଆସିଥିଲା ।ହିନ୍ଦୀରେ କଥାବାର୍ତ୍ତା ହେଉଥିଲା ଯୁବକ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ଭୁଲରେ ତୁମ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଳାଇଥିବା କହିଥିଲା ।ଶିକ୍ଷକ ଜଣକ ଠକ କଥାକୁ ବିଶ୍ୱାସ କରି ୯୦ ହଜାର ଟଙ୍କା ପଠାଇ ଦେଇଥିଲେ ।ଯେତେବେଳେ ବାଲାନ୍ସ ଚେକ କଲେ ଦେଖିବାକୁ ପାଇଲେ ଆକାଉଣ୍ଟ ଖାଲି ହୋଇ ଯାଇଛି ।ମିଛ ମେସେଜ ଦେଖି ଠକି ଯାଇଥିବା ଜାଣିବାକୁ ପାଇଲେ ।ତୁରନ୍ତ ଶ୍ରୀ ଦଳେଇ ସାଇବର ହେଲ୍ପ ନମ୍ବର ୧୯୩୦ ରେ ଫୋନ କରି ଅଭିଯୋଗ କରିଥିଲେ ।ତୁରନ୍ତ ଠକର ବ୍ୟାଙ୍କ ଏକାଉଣ୍ଟକୁ ବ୍ଲକ କରାଯାଇଥିଲା ।ମାତ୍ର ସେତେବେଳେକୁ ଠକ ୪୦ ହଜାର ଟଙ୍କା ଉଠାଇ ସାରିଥିଲା ।ଶ୍ରୀ ଦଳେଇ ଏ ସମ୍ପର୍କରେ କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗ୍ରାମ ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ନିରାକରଣ ନେଇ ସଚେତନ ସଭା 

masiha

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

Sunil Chandra Nayak

ଡ଼ାକବାଜି ଯନ୍ତ୍ର ଯୋଗେ ନିଜର ପରିଚୟ ସୃଷ୍ଟି କରିଥିବା କମଲ ଚରଣ (କର୍ଣାଟ) ଙ୍କ ପରଲୋକ  ଆଉ ଶୁଭିବ ନାହିଁ ଗୁରୁ ଗମ୍ଭୀର ସ୍ୱରର ପ୍ରଚାର ପ୍ରସାର….

masiha

Leave a Comment

error: Content is protected !!