ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ସିଂଲା ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ବୈଠକ

ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ସିଂଲା ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ବୈଠକ

ବସ୍ତା,13/03 : ଆଗାମୀ 2024 ନିର୍ବାଚନ କୁ ଆଖି ଆଗରେ ବୁଧବାର ସନ୍ଧ୍ୟା ସମୟରେ ବାଲେଶ୍ଵର ଜିଲ୍ଳା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂଲା ଥାନା ସମ୍ମିଳନୀ କକ୍ଷରେ ପୋଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକ ରେ ବସ୍ତା ଏସଡିପିଓ ଅରୁଣ କୁମାର ସାହୁ ଅଧକ୍ଷତା କରିଥିଲେ l ଆଗାମୀ ନିର୍ବାଚନ କୁ କିପରି ଶାନ୍ତିଶୃଙ୍ଖଳା ଭାବରେ ପରିଚାଳିତ କରାଯାଇ ପାରିବ ଏ ବିଷୟରେ ଆଲୋଚନା କରିବା ସହିତ ସମସ୍ତ ଜନପ୍ରତିନିଧି ଙ୍କ ସହଯୋଗ କାମନା କରିଥିଲେ l ଏଥିରେ ପ୍ରଶାସନ ତରଫରୁ ବସ୍ତା ତହସିଲଦାର ରାଧାରଞ୍ଜନ ଦାସ, ବିଡ଼ିଓ ମୋହିନୀ କୁମାର ନାୟକ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସ୍ଥାନୀୟ ଜନପ୍ରତିନିଧି ସେକ ଅବଦୁଲ ଗନି, ରାଧାକୃଷ୍ଣ ବେହେରା, ମୁକୁନ୍ଦ ଆଦିକ, ମନ୍ତୁସ କୁମାର କାମିଳା ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ମତଦାନ ପାଇଁ ତାଙ୍କ ନିଜ ନିଜର ମତ ପ୍ରକାଶ କରିଥିଲେ l ପରିଶେଷରେ ସିଂଲା ଥାନା ର ଭାରପ୍ରାପ୍ତ ଅଧିକାରୀ ଭୁବନ ମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକ ରେ ସିଂଲା ଥାନାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପାରମ୍ପରିକ ଆଞ୍ଚଳିକ ବୈଦ୍ୟସଂଘର ମାସିକ ବୈଠକ

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଭିତରକନିକାରେ ବନ ବିଭାଗ ପକ୍ଷରୁ ପାଳନ ହେଲା ବିଶ୍ଵ ବନ ସହିଦ୍ ଦିବସ

masiha

Leave a Comment

error: Content is protected !!