ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ସିଂଲା ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ବୈଠକ
ବସ୍ତା,13/03 : ଆଗାମୀ 2024 ନିର୍ବାଚନ କୁ ଆଖି ଆଗରେ ବୁଧବାର ସନ୍ଧ୍ୟା ସମୟରେ ବାଲେଶ୍ଵର ଜିଲ୍ଳା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂଲା ଥାନା ସମ୍ମିଳନୀ କକ୍ଷରେ ପୋଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକ ରେ ବସ୍ତା ଏସଡିପିଓ ଅରୁଣ କୁମାର ସାହୁ ଅଧକ୍ଷତା କରିଥିଲେ l ଆଗାମୀ ନିର୍ବାଚନ କୁ କିପରି ଶାନ୍ତିଶୃଙ୍ଖଳା ଭାବରେ ପରିଚାଳିତ କରାଯାଇ ପାରିବ ଏ ବିଷୟରେ ଆଲୋଚନା କରିବା ସହିତ ସମସ୍ତ ଜନପ୍ରତିନିଧି ଙ୍କ ସହଯୋଗ କାମନା କରିଥିଲେ l ଏଥିରେ ପ୍ରଶାସନ ତରଫରୁ ବସ୍ତା ତହସିଲଦାର ରାଧାରଞ୍ଜନ ଦାସ, ବିଡ଼ିଓ ମୋହିନୀ କୁମାର ନାୟକ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସ୍ଥାନୀୟ ଜନପ୍ରତିନିଧି ସେକ ଅବଦୁଲ ଗନି, ରାଧାକୃଷ୍ଣ ବେହେରା, ମୁକୁନ୍ଦ ଆଦିକ, ମନ୍ତୁସ କୁମାର କାମିଳା ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ମତଦାନ ପାଇଁ ତାଙ୍କ ନିଜ ନିଜର ମତ ପ୍ରକାଶ କରିଥିଲେ l ପରିଶେଷରେ ସିଂଲା ଥାନା ର ଭାରପ୍ରାପ୍ତ ଅଧିକାରୀ ଭୁବନ ମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକ ରେ ସିଂଲା ଥାନାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।