ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

କଲମପୁର – ଥୁଆମୂଳ ରାମପୁର:୮/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ସ୍କୁଲର ଦ୍ଵିତୀୟ ପର୍ଯ୍ୟାୟ ରୂପାନ୍ତରିତ କାର୍ଯ୍ଯ ଜାରିରହିଛି। ଜିଲ୍ଲାପାଳ କଲମପୁର ବ୍ଳକ ଗସ୍ତରେ ଯାଇ ୪ ଗୋଟି ସ୍କୁଲ ପରିଦର୍ଶନ କରିଥିଲେ। ପଣ୍ତିଗାଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, କଲମପୁର ଆଦର୍ଶ ବିଦ୍ୟାଳୟ, ମଣ୍ତଳ ବିଶ୍ବନାଥ ବିଦ୍ଯାପୀଠ ଓ କୋଟାଗାଁ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏହି ବିଦ୍ୟାଳୟ ଗୁଡିକକୁ ଚିହ୍ନଟ କରି ନବକଳେବର କରିବାନେଇ କାର୍ଯ୍ଯ ଜାରିରହିଛି। ଏହି ବିଦ୍ୟାଳୟ ଗୁଡିକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨୦ ତାରିଖ ଦିନ ଉଦଘାଟନ କରିବା ପାଇଁ ବ୍ଯବସ୍ତା କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାଣ କାର୍ଯ୍ଯକୁ ଆହୁରି ଜୋରସୋରରେ କରାଯାଉଛି। ଏହା ଉପରେ ତଦାରଖ କରିବା ନେଇ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ କଲମପୁର ଗସ୍ତରେ ଯାଇଥିଲେ। ଏହା ଉପରେ ତଦାରଖ କରିବା ସମୟରେ, ନିର୍ମାଣଧୀନ କାର୍ଯ୍ୟ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କୁ ଶିଘ୍ର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ଉପସ୍ଥିତ ରହିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ ପଟେଲ ଓ ବିଭାଗୀୟ ସହକର୍ମୀ। ଏହି ସମୟରେ ଆଦର୍ଶ ବିଦ୍ୟାଳୟ ର ଅବିଭାବକ ବୃନ୍ଦ ବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ମହିଳା ମ୍ୟାଟ୍ରୋନ୍ ମହାସଙ୍ଘ ର ବୈଠକ

Sunil Chandra Nayak

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!