ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣବିକ୍ଷୋଭ

ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣବିକ୍ଷୋଭ

ରାଉରକେଲା : କେନ୍ଦ୍ର ସରକାରଙ୍କ ଶ୍ରମିକ-ବିରୋଧୀ ଶ୍ରମ କୋଡ଼ ଲାଗୁର ପ୍ରତିବାଦରେ ଆଜି ବିଶ୍ରାଛକ ଠାରେ ମିଳିତ ମଞ୍ଚର ଆହ୍ୱାନରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି। କଳାବ୍ୟାଚ୍ ପରିଧାନ ସହିତ ପ୍ରତୀକାତ୍ମକ ବିରୋଧ ସ୍ୱରୂପ ଶ୍ରମ କୋଡ଼ ଗେଜେଟକୁ ଦାହ କରି ନୂତନ କୋଡ଼ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା । ଏହି ଗଣ ବିକ୍ଷୋଭରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ରାଉରକେଲା ମଜଦୂର ସଭାର ସଭାପତି ଶଶଧର ନାୟକ, ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ, ସିଆଇଟିୟୁ ର ବିମାନ ମାଇତି ଏଆଇଟିୟୁସିର ପ୍ରଦୋଷ ମହାନ୍ତି , ରମେଶ ସେଠୀ ପ୍ରମୁଖ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଏହି ଶ୍ରମିକ ବିରୋଧୀ ନୂତନ ଶ୍ରମ କୋଡ଼ ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିହିତ କରିବା ସଙ୍ଗେ ସଙ୍ଗେ  ୧୯୩୦ ରୁ ୧୯୫୦ ମସିହା ମଧ୍ୟରେ ମାଲିକ ମାନଙ୍କ ଶୋଷଣରୁ ରକ୍ଷା କରିବା ପାଇଁ ଅନେକ ଘାତ ପ୍ରତିଘାତ ସଂଘର୍ଷ ପରେ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଭାରତରେ ବିଭିନ୍ନ ଶ୍ରମ ଆଇନ ଲାଗୁ କରାଯାଇଥିଲା ବୋଲି କହିଥିଲେ । କିନ୍ତୁ ଦୁଃଖର ବିଷୟ ମାଲିକମାନଙ୍କ ସପକ୍ଷରେ ବିଗତ ଚାରିବର୍ଷ ଧରି କେନ୍ଦ୍ର ସରକାର ୨୯ ଟି ଶ୍ରମ ଆଇନକୁ ବଦଳେଇବା ପାଇଁ ଚେଷ୍ଟା କରୁଥିଲେ। ଏହାର ପ୍ରତିବାଦରେ ସମସ୍ତ ଶ୍ରମିକ ସଂଗଠନମାନେ ମଧ୍ୟ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିଲେ।

ହେଲେ ଗତ ୨୧-୧୧-୨୦୨୫ ତାରିଖ କେନ୍ଦ୍ର ସରକାର ପୁରୁଣା ଆଇନ କୁ ରଦ୍ଦ କରି ଚାରୋଟି ଶ୍ରମ କୋଡ଼ ଲାଗୁ କରିଛନ୍ତି। ଏହାଦ୍ବାରା ଶ୍ରମିକ ନିଜର ଅଧିକାର ହରେଇଛି । ୧୨ ଘଣ୍ଟା କାର୍ଯ୍ୟ କରିବା ସହିତ, ମହିଳା କର୍ମଚାରୀଙ୍କୁ ରାତ୍ରୀ ଡ୍ୟୁଟିରେ କାର୍ଯ୍ୟ କରେଇବା , ୩୦୦ ରୁ କମ ଶ୍ରମିକ କାର୍ଯ୍ୟ କରୁଥିବା ଉଦ୍ୟୋଗରେ ମାଲିକ ନିଜ ଇଚ୍ଛାରେ ଛଟେଇ କରିପାରିବେ ଏବଂ ନିଜ ଇଚ୍ଛାରେ ନିଜ ସଂସ୍ଥା ବନ୍ଦ କରିପାରିବା ଭଳି ଶ୍ରମିକ ବିରୋଧୀ ନୀତିକୁ ନେଇ ଏହି କଳା ଶ୍ରମ କୋଡ଼ କୁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଭାବରେ ବିରୋଧ କରାଯିବ ବୋଲି ନେତୃମଣ୍ଡଳୀ ନିଜ ବକ୍ତବ୍ୟରେ କହିଥିଲେ। ଏହି ଗଣବିକ୍ଷୋଭକୁ ସଫଳ କରିବାରେ ଏଆଇଟିଟିୟୁସିର ସନ୍ତୋଷ କୁମାର ଦାସ, ସୁବାସ ଚନ୍ଦ୍ର ଜାମୁଣ୍ଡିଆ, ରାଜା ମୁଣ୍ଡା, ଏଆଇଟିୟୁସିର ସଦାନନ୍ଦ ସାହୁ ଆର୍‍ଏମ୍‍ଏସ୍ ର ଦିଗାମ୍ବର ମହାନ୍ତି, କଳାକାର ସାହୁ, ସିଦ୍ଧେଶ୍ୱର ବଳ, ଜଗବନ୍ଧୁ ଜେନା, ବିଦ୍ୟାଧର ସାସ୍ମଲ,ହରିନାରାୟନ ସାହା ,ସିଆଇଟିୟୁ ର ଅଜୟ ଶର୍ମା,ଏଚ୍ ଏନ୍ ଯାଦବ, ଶକୁନ୍ତଳା ମହାକୁଡ଼, ଅଶୋକ ଦାସ, ଯଜାତି କେଶରୀ ସାହୁ, ବଚିରାମ୍ ବେହେରା, ଅନାଦି ସାହୁ,ଜନ୍ମନ୍ଜୟ ଘୋଷ, ଓ୍ବାଇ ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ, ଗାଙ୍ଗପୁର ମଜଦୂର ମଞ୍ଚର ସୁଲେମାନ କାଉଡ଼ିଆ, ସନ୍ତୋଷ କୁଜୁର, ଆମ୍ ମଜଦୂର ସଂଘର ବିନୟ ତିଓ୍ବାରୀ, ରାଉରକେଲା ଶ୍ରମିକ ସଂଘର ଦିଲୀପ ମହାପାତ୍ର, ଅକ୍ଷୟ ଜେନା, ନିହାର ଦାସ, ବୀରକିଶୋର ଶେଖର ଦେଓ, ଅଖିଳ ପୃଷ୍ଟି, ବିଶ୍ବ ମୋହନ ପୁହାଣ, ରଘୁନାଥ ପ୍ରଧାନ, ରଘୁନାଥ ଭୁକ୍ତା, ଦୁର୍ଗା ଜେନା, ରମାକାନ୍ତ ପରିଡା, ବ୍ରହ୍ମାନନ୍ଦ ବେହେରା, ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ ଆଇ.ସି.ଡ଼ି.ଏସ. ତାଲିମ ଶିବିର

Sunil Chandra Nayak

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ଜିଲ୍ଲା ଟପର ହେଲେ ଅନିକେତ

masiha

Leave a Comment

error: Content is protected !!