ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଖ୍ୟ ବଜାର ପ୍ରାଙ୍ଗଣରେ ପାର୍କିଙ୍ଗ ବ୍ୟବସ୍ଥା ଅସ୍ତବ୍ୟସ୍ତ 

ମୂଖ୍ୟ ବଜାର ପ୍ରାଙ୍ଗଣରେ ପାର୍କିଙ୍ଗ ବ୍ୟବସ୍ଥା ଅସ୍ତବ୍ୟସ୍ତ 

କଲମପୁର -୨୭/୧୨(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ସଦରମହକୁମା ମୂଖ୍ୟ ବଜାର ପ୍ରାଙ୍ଗଣ ଏବେ ଜନ ଗହଳି ହେବାରେ ଲାଗିଛି, ଏହି ମୂଖ୍ୟ ବଜାର ପ୍ରାଙ୍ଗଣରେ ସମସ୍ତ ପଡା ରାସ୍ତା ସଂଯୋଗ ହୋଇଥିବା ବେଳେ ମଝିରେ ମୂଖ୍ୟ ରାସ୍ତା ଲମ୍ବିଛି, ରାସ୍ତା ପାର୍ଶ୍ବରେ ଦୋକାନ ଗୁଡିକ ଲାଗିଥିବା ବେଳେ ରାସ୍ତା ଉପରେ ତଥା ବିଭିନ୍ନ ସ୍ଥାନରେ ଉଠା ଦୋକାନୀ ମାନେ ଆସ୍ଥାନ ଜମେଇ ମାଢି ବସିଛନ୍ତି,ଏଥି ସହିତ ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ଯାନ ବାହାନ ଗୁଡିକ ଯେ ଯୁଆଡେ ଥୋଇ ଚାଲି ଯାଉଛନ୍ତି, ଏହାରି ଫଳରେ ଟ୍ରାଫିକ ସମସ୍ୟା ଉପୁଜିବାରେ ଲାଗିଛି,ଗାଡି ମଟର ଯୋଗୁଁ ବାଇପାସ୍ ରାସ୍ତା ଅବରୋଧ ହୋଇଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି, ପୂର୍ବରୁ କଲମପୁରରେ ଥାନା ଅବସ୍ଥାପିତ ହୋଇ ନ ଥିଲା, କଲମପୁର ଅଞ୍ଚଳ ଜୟପାଟଣା ଥାନା ଅଧୀନରେ ପରିଚାଳିତ ହେଉଥିବା ବେଳେ କଲମପୁରରେ ଫାଣ୍ଡି ରହି କିଛି ପୋଲିସ କର୍ମଚାରୀ ନିୟୋଜିତ ଥିଲେ, ସେତେବେଳେ ରାତି ତମାମ ଗୃହରକ୍ଷୀ ମାନେ ହ୍ବୁଇସିଲ ମାରି ପହରା ଦେଉଥିଲେ, ଦିନରେ ମୂଖ୍ୟ ବଜାର ପ୍ରାଙ୍ଗଣରେ ଉପସ୍ଥିତ ରହି ଗାଡି ମଟରକୁ ରାସ୍ତା ଉପରେ ରଖିବାକୁ ବାରଣ କରୁଥିଲେ, ଏକପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ଭାବେ ପରିଚାଳିତ ହେଉଥିବାରୁ ଜନ ସାଧାରଣ ଆଶ୍ବସ୍ତ ଅନୁଭବ କରି ଶାନ୍ତିରେ ରହି ଆସୁଥିଲେ, ଏବେ ନୂତନ ଭାବେ କଲମପୁର ଥାନା ହେବା ପରେ ସେସବୁ ବ୍ୟବସ୍ଥା ଉଚ୍ଛେଦ କରା ଯାଇଛି, ଫଳରେ ଗାଡି ମଟରର ପାର୍କିଙ୍ଗ ଭିଡ ଭିତରେ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମଙ୍କ ଖାଲି ପାଦରେ ଚାଲି ଯିବା ତ ଦୁରର କଥା ସାଧାରଣ ଲୋକେ ମଧ୍ୟ ଚାଲି କରି ଯିବା ଆସିବା କରିବା ମୁସ୍କିଲ ହୋଇ ପଡ଼ୁଛି, ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନ ସାଧାରଣରେ ମତ ପ୍ରକାଶ ପାଇଛି ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

କ୍ଷତ୍ରିୟ ଖଣ୍ଡାୟତ ମହାସଭାର ବୈଠକ

masiha

ତଲକପୋଖରୀ ଉଚ୍ଚ ବିଦ୍ୟାଳୟରେ ମେରି ମିଟି ମେରାଦେଶ କାର୍ଯ୍ଯକ୍ରମ

masiha

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

masiha

Leave a Comment

error: Content is protected !!