ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

 ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ହାଇଡ୍ରୋସିଲ ଅପରେସନ୍ ଏକ ମୁଖ୍ୟ କାର୍ଯ୍ୟକ୍ରମ ଅଟେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ,ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁନ୍ଦରଗଡ଼ ଓ ନିରାମୟ ହସ୍ପିଟାଲ, ଦର୍ଲିପାଲି ର ମିଳିତ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ମୋଟ ୨୧ ଜଣ ବ୍ୟକ୍ତିଙ୍କର ହାଇଡ୍ରୋସିଲ ଅସ୍ତ୍ରୋପଚାର ହୋଇଯାଇଛି । ଲେଫ୍ରିପଡ଼ା ବ୍ଲକ ଓ ହେମଗିର ବ୍ଲକ ର ରୋଗୀ ମାନଙ୍କୁ ଏହି ଶିବିର କୁ ଅଣାଯାଇଥିଲା । ନିରାମୟ ହସ୍ପିଟାଲ ଦର୍ଲିପାଲି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଅପରାଜିତା ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ରୋଗୀ ମାନଙ୍କୁ ଖାଇବା, ପିଇବା, ଔଷଧ ,ମଶାରୀ ଓ ବେଡସିଡ୍ ମାଗଣା ରେ ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ଏଚ.ଓ.ପି. ଫାଇଜ ତୟବ, ଏଚ.ଓ. ଏଚ.ଆର ଶ୍ରୀମତୀ ପ୍ରଭାତୀ ସିଂହ, ନବୀନ ଅମିତାଭ ବକ୍ସଲା ଓ ଅନ୍ୟାନ୍ୟ ଅଧିକାରୀ ଗଣ ଯୋଗଦାନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ରୁ ଡ଼ା. ପ୍ରଦୀପ ଭୋଇ । ଡ଼ା. ମହାନ୍ତି ତାଙ୍କର ଅଭିଭାଷଣ ରେ ଏହା କହିଥିଲେ ଯେ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଫାଇଲେରିଆ ତଥା ହାଇଡ୍ରୋସିଲ ସାଧାରଣତଃ ହୋଇଥାଏ। ଏହି ମଶା କାମୁଡିବାର ୫ ରୁ ୧୫ ବର୍ଷ ମଧ୍ୟରେ ଗୋଦର ଗୋଡ ଏବଂ ଅଣ୍ଡକୋଷ ବୃଦ୍ଧି ହେବାର ସମ୍ଭାବନା ଥାଏ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବସନ୍ତ କୁମାର ପଣ୍ଡା ,ଭେକ୍ଟର ବାହିତ ରୋଗ ବୈଷୟିକ ପର୍ଯ୍ୟବେକ୍ଷକ ଜ୍ୟୋସ୍ନା ନାଏକ ଓ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ଡକ୍ଟର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ଶୋକସଭା

Sunil Chandra Nayak

ରାଇରଙ୍ଗପୁର କନ୍ୟାଶ୍ରମରେ ୭୪ ତମ ବନ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!