ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ଲାଞ୍ଜିଗଡ଼, ୨୮/୧୧(ମନିସ)-ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ ଦ୍ୱାରା ଆଜି ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳାକୁ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ ସ୍ୱାଗତ ଅଭିଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ଯୋଡ଼ାବନ୍ଧ ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସେହିପରି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ବ୍ଲକ୍ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଧର୍ମଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ପଙ୍କଜିନୀ ମାଝୀ, କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ମଧୁସ୍ମିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀରେ ୨୩୨ଟି ନବୋନ୍ମେଷୀ ବୈଜ୍ଞାନିକ ପ୍ରକଳ୍ପ ସହିତ ପ୍ରାୟ ୩୦୦ ଛାତ୍ରଛାତ୍ରୀ, ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ୧୩ ଜଣ ଆଞ୍ଚଳିକ ସାଧନ କର୍ମୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ବୋଦେଲଗୁମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁବେର ନାଏକ, ତୁଳାପଡ଼ା ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଉପେନ୍ଦ୍ର ସୁନାନୀ, ନିଶାନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର ପ୍ରଧାନ, ଭୀମକେଲା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜୀବ ଦାଶ, ତୁଜୁଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦିବାକର ସାହୁ, ଅଲାତରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଶୋକ ବିଶ୍ୱାଳ ପ୍ରମୁଖ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ମଡେଲ୍ ପ୍ରଦର୍ଶନ କରିଥିବା ୧୭ ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଗୋଷ୍ଠୀ ବିଜ୍ଞାନ ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର, ପରିଚାଳନା କମିଟି ସଦସ୍ୟ ତରୁଣ କୁମାର ସାହୁ, ବିଶିକେଶନ୍ ସୁନା, ପ୍ରମୋଦ ଦାସ, କୁମାର ଗୌରବ ପରିଡ଼ା, ସୌଭାଗ୍ୟ ରଞ୍ଜନ ସାହୁ, ଜଳନ୍ଧର ମାଝୀ, ପ୍ରକାଶ ପ୍ରଧାନଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କର୍ମୀ, ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗାଁକୁ ନାହିଁ ପକ୍କା ରାସ୍ତା,ଲୋକେ ହନୁସନ୍ତ

Sunil Chandra Nayak

କେସିଙ୍ଗାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!