ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ

ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ 

ରାୟଗଡ଼ ତା ୨୯-୧୧-୨୦୨୫ — ଜିଲ୍ଲା ପ୍ରଶାସନ ତଥା ଓଷ୍ଡାମା ତରଫରୁ ରାୟଗଡ଼ ସଦର ବ୍ଳକ କାମ୍ପ ମାଲିଗାଁ ଠାରେ ଦୁଇ ଦିନିଆ ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ତାଲିମ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ବିଡିଓ ସୁଜିତ କୁମାର ମିଶ୍ର ଏହାର ଉଦଘାଟନ କରିଥିଲେ ।

             ଏଥରେ ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଏଣେଇଶି ବର୍ଷରୁ କମ ତିରିଷି ଜଣ ବାଳିକା ଯୋଗଦେଇଥିଲେ। ଆପଦକାଳୀନ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ସହିତ ସପକାମୁଡା, ବିଜୁଳି, ଘଡଘଡି ସମୟରେ ଜୀବନ ରକ୍ଷା , ପଶୁପକ୍ଷୀଙ୍କ ଜୀବନ ରକ୍ଷା , ଆକସ୍ମିକ ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ଆଦି କୌଶଳ ଗୁଡିକର ଅଭ୍ୟାସ କରାଯାଇଥିଲା । ଓଷ୍ଡମା ଦ୍ବାରା ତାଲିମପ୍ରାପ୍ତ ଦୁଇଜଣ ସମ୍ବଳ ବାଳିକା ମିତାଲି ସାହୁ ଓ ବୈଶାଖୀ ସ୍ବାଇଁ ତାଲିମ ପ୍ରଦାନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଫାଷ୍ଟ ଏଡ୍ କିଟ୍ ବଣ୍ଟନ କରାଯାଇଥିଲା ।ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପିଇଓ ପଲ୍ଲବୀ ପ୍ରିୟନାଥ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

Sunil Chandra Nayak

ଟ୍ରକ ଚକତଳେ ପଡି ଶଶୁର ଜ୍ୱାଇଁ ମୃତ 

masiha

Leave a Comment

error: Content is protected !!