ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ଦାବିପତ୍ର.

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ଦାବିପତ୍ର.

 ରାଉରକେଲା : କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଚାରୋଟି ଶ୍ରମ କୋଡ଼ ଶ୍ରମିକ ବିରୋଧୀ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ମିଳିତ ଟ୍ରେଡ ୟୁନିୟନ ମଞ୍ଚ ତରଫରୁ ଆରଏଲସି ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଅଛି । ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସିଆଟିୟୁର ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି , ବିମାନ ମାଇତି, ବସନ୍ତ ନାୟକ, ରାଉରକେଲା ମଜଦୂର ସଭାର ସଭାପତି ଶଶଧର ନାୟକ, ଏଆଇଟିୟୁସି ର ପ୍ରଦୋଷ କୁମାର ମହାନ୍ତି, ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ, ଆଇଏନଟିୟୁସି ର ନିହାର ଦାସ, ଅକ୍ଷୟ ଜେନା, ଦିଲୀପ କୁମାର ମହାପାତ୍ର,ଏଚଏମଏସ ର ସତ୍ୟାନନ୍ଦ ବେହେରା, କଳାକାର ସାହୁ, ଦିଗାମ୍ବର ମହାନ୍ତି, ଏଆଇଟିୟୁସି ର ବିଷ୍ଣୁ ପଣ୍ଡା, ସଦାନନ୍ଦ ସାହୁ,ଏଆଇସିସିଟିୟୁ ର ସତ୍ୟପ୍ରିୟ ମହାନ୍ତି ,ଏନ୍ କେ ମହାନ୍ତି , ସିଅର ର ହେମନ୍ତ କୁମାର ବେହୁରା ପ୍ରମୁଖ ଆରଏଲସି ଅଫିସରେ ପହଞ୍ଚି ଭୁବନେଶ୍ୱରରୁ ପହଞ୍ଚିଥିବା ଡିସିଏଲସି ଚିରଞ୍ଜିବୀ ସାଇକିଆଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସଙ୍ଗେ ସଙ୍ଗେ ନୂତନ ଶ୍ରମ କୋଡ଼ ଦ୍ୱାରା ଶ୍ରମିକ ଅଧିକାର କିପରି କ୍ଷୁର୍ଣ୍ଣ ହେଉଛି, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ମତବିନିମୟ କରିଥିଲେ ଏବଂ ଶେଷରେ ଏହି କଳା ଶ୍ରମ କୋଡ଼ ଶ୍ରମିକ ବିରୋଧୀ , ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ , ଏହା କେବଳ ମାଲିକ ମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସରକାର ଲାଗୁ କରିଛନ୍ତି ବୋଲି କହିଥିଲେ । ଏହି ଶ୍ରମ କୋଡ଼ ଲାଗୁକରି ସ୍ବାଧୀନତା ପୂର୍ବରୁ ମାଲିକ ମାନଙ୍କ ଶୋଷଣରୁ ରକ୍ଷା ପାଇବା ପାଇଁ କେତେ ସଂଘର୍ଷ ବଦଳରେ ଲାଗୁ ହୋଇଥିବା ୪୪ ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଉକ୍ତ ଚାରୋଟି ଶ୍ରମ କୋଡ଼ ଲାଗୁ କରାଯାଇଛି। ଏଭଳି ଏକ କଳା ଆଇନକୁ ଶ୍ରମିକ ସମାଜ କେବେ ଗ୍ରହଣ କରିବେ ନାହିଁ। ଯଦି ଏହା ପ୍ରତ୍ୟାହୃତ ନ ହୁଏ ତେବେ ଆଗାମୀ ଦିନରେ ସାରା ଭାରତବର୍ଷରେ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନେତୃମଣ୍ଡଳୀ ଦୃଢ଼ୋକ୍ତି ପ୍ରକାଶ କରି ଆରଏଲସି ଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା -୨୦୨୬ ସମୀକ୍ଷା ବୈଠକ ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

Sunil Chandra Nayak

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!