ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ 

 ରାୟଗଡା /ବିଷମକଟକ:୧I୧୨:- ସହମତି ଓ ଆଲୋଚନା ରେ ବିକାଶ ମୂଳକ କାର୍ଯ୍ୟ ସବୁ ହାତକୁ ନିଆଯାଉ I ଜନତା ଙ୍କ ବିକାଶ ନିମନ୍ତେ ଉଦ୍ଦିଷ୍ଟ ପାଣ୍ଠି ଜନସାଧାରଣଙ୍କ ପାଇଁ ବିନିଯୋଗ କରାଯାଉ, ସାମୁହିକ କଲ୍ୟାଣ ଦିଗରେ ଯେଉଁ ପ୍ରକଳ୍ପ/ ଯୋଜନା ନିମନ୍ତେ ଅର୍ଥ ଖର୍ଚ୍ଚ କରାଯାଉଛି, ସେହି ପ୍ରକଳ୍ପ/ଯୋଜନା ଲୋକଙ୍କ ହିତ ପାଇଁ କାମରେ ଆସିବ ନା ନାହିଁ, ସେ ନେଇ ଲୋକ ପ୍ରତିନିଧି, ସାଧାରଣ ଜନତା, ସାମାଜିକ ଅନୁଷ୍ଠାନ, ସଂଗଠନ, ସଂଲଗ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ବିକାଶ ମୂଳକ କାର୍ଯ୍ୟ ହାତ ନିଆଯାଉ ବୋଲି ଦାବି ସହ, ଆଜି ବିଷମକଟକ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ସୋମନାଥ ହିମିରିକା ଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କର୍ମୀ, ଜିଲ୍ଲା ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ, ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରେରଣ କରିଥିଲେ I ପ୍ରକାଶ ଥାଉକି ଗତ ୧୮ ମାସ ମଧ୍ୟରେ ବିଷମକଟକ ପୂର୍ତ୍ତ ବିଭାଗ ଅଧୀନରେ ଅନେକ ଗୁଡିଏ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି I ତେବେ ବିଷମକଟକ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେଠି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଓ ଗୋଷ୍ଠୀ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି I  

ଯାହାକୁ ଭାଜପା ମଣ୍ଡଳ ସଭାପତି ସୋମନାଥ ହିମିରିକା କଡା ସମାଲୋଚନା କରିଛନ୍ତି I ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଷମକଟକ ଟାଉନ ରାସ୍ତାଟି ସବୁ ସମୟରେ ଜନବହୁଳ I ରାସ୍ତାର ଉଭୟ ପାର୍ଶ୍ଵ ରେ ସବୁ ସମୟରେ ପାର୍କିଂ ପାଇଁ ସମସ୍ୟା ଲାଗି ରହୁଛି I ଯେଉଁଥିପାଇଁ ରାସ୍ତା ର ମଧ୍ୟ ଭାଗ ରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଥିଲା I ବର୍ତମାନ ସେହି ପାର୍କିଂ ସ୍ଥଳରେ ଡିଭାଇଡ଼ର ନିର୍ମାଣ କରାଯାଉଛି, ଯାହା ଫଳରେ ବଜାର କୁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସମସ୍ୟା ଦେଖାଦେଇଛି I ଏଥି ସହ ସଂକୁଚିତ ରାସ୍ତା ହୋଇଥିବାରୁ ସବୁ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ I ତେବେ ଏହି ଡିଭାଇଡର ପ୍ରକଳ୍ପ ପ୍ରସ୍ତାବ ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇ ନ ଥିବା ଓ ଏକ ବିଶେଷ ଗୋଷ୍ଠୀ କୁ ଲାଭ ପଞ୍ଚାଇବା ଭଳି କାର୍ଯ୍ୟ ରେ ଯନ୍ତ୍ରୀ ଲିପ୍ତ ରହୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି I ଏଥି ସହ ବ୍ଲକ କର୍ତ୍ତୃପକ୍ଷ, ତହସିଲ କିମ୍ବା ଅନ୍ୟ ଲାଇନ ଡିପାର୍ଟମେଣ୍ଟ ସହ ମଧ୍ୟ ଏହି ପ୍ରକଳ୍ପ ଚୂଡାନ୍ତ କରିବା ପୂର୍ବରୁ ଲୋକଙ୍କ ସୁବିଧା ଅସୁବିଧା ନେଇ କୌଣସି ଆଲୋଚନା ଅବା ପରାମର୍ଶ ଗ୍ରହଣ କରାଯାଇନଥିବା କୁହାଯାଉଛି I ଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟ କଳାପ ଏତିକିରେ ସିମିତ ନୁହେଁ ବରଂ ପ୍ରେସ କ୍ଳବ ବିଷମକଟକ ଠାରେ ପାଖା ପାଖି ୫ ଲକ୍ଷ ଟଙ୍କା ର ଏକ କଲଭର୍ଟ କାମ ପୂର୍ତ୍ତ ବିଭାଗ କରିଛି I ଜନସାଧାରଣ ଙ୍କ ଦାବି ନଥିବା ସତ୍ୱେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିବା କୁହାଯାଉଛି I କେଉଁ ପରିସ୍ଥିତି ରେ ଓ କାହା ପାଇଁ ଲୋକଙ୍କ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି ବୋଲି ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I 

ଅନୁରୂପ ଭାବେ ବିଷମକଟକ ନେତାଜୀ ଛକ ନିକଟରେ ଟିଣ ଦୋକାନ କରି ଉଠା ଦୋକାନୀଙ୍କୁ ଦିଆଯିବ ବୋଲି ଗତ ଦିନ ରେ ରାସ୍ତା କଡ଼ ରେ ଥିବା ଦୋକାନ ଗୁଡିକର ମାପ ନିଆଯାଉଥିବା ଦେଖିବାକୁ ମିଳିଥିଲା I ଯାହାକୁ ନେଇ ଉଠା ଦୋକାନୀ ମଧ୍ୟ ଦ୍ୱନ୍ଦ୍ୱ ରେ ଥିବା କୁହାଯାଉଥିବା ବେଳେ, ପୂର୍ତ୍ତ ବିଭାଗ କେବେଠୁ ଟିଣ ଦୋକାନ ପ୍ରକଳ୍ପ ସବୁ ଅନୁମୋଦନ କରୁଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି I ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଲୋକଙ୍କ ଟଙ୍କା ଖର୍ଚ୍ଚ କରିବାରୁ କ୍ଷାନ୍ତ ରହିବାକୁ ଆଜି ବିଷମକଟକ ମଣ୍ଡଳ ସଭାପତି ସୋମନାଥ ହିମିରିକା ଦାବି କରିଛନ୍ତି I ହେଲେ ପୂର୍ଵରୁ ସୂଚନା ପାଇ ଯନ୍ତ୍ରୀ ପ୍ରଶାନ୍ତ ସେଠି କୁଆଡେ କ୍ଷେତ୍ର ପରିଦର୍ଶନ କୁ ଯାଇଥିବା କୁହାଯାଉଛି I ଏଥି ସହ ଭାଜପା ନେତୃତ୍ୱ ମଣ୍ଡଳୀ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ବିଷମକଟକ, ଥାନା ଭାର ପ୍ରାପ୍ତ ଅଧିକାରୀ, ଙ୍କୁ ସାକ୍ଷାତ କରି ଏକ ପତ୍ର ଜରିଆରେ ବିଷମକଟକ ଠାରେ ହେଉଥିବା କିଛି ଗୁରତ୍ୱ ପୁର୍ଣ ବିଷୟ ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ I ତେବେ ନେତାଜୀ ଛକ ଠାରେ ଡ୍ରେନ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯିବା ପାଇଁ ମାପ ଯୁପ ଚାଲିଥିଲା ବୋଲି ଯନ୍ତ୍ରୀ ନିଜ ପ୍ରତକ୍ରିୟା ରଖିଛନ୍ତି I ଏହି ଅବସରରେ ବରିଷ୍ଠ ଭାଜପା ନେତା ବାଦଲ ରଣା, ଦୁର୍ଯ୍ୟୋଧନ ପାଳ, ସର୍ବେଶ୍ୱର ସୁନା, ରୋହିତ ଦଣ୍ଡସେନା, ବୁଲୁ ଥାପା, ଅନିଲ ସାହୁ, ଶୁଭମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ଶ୍ରାଦ୍ଧ ଉତ୍ସବ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!